କନକ ବ୍ୟୁରୋ : ଚିନ୍ତା ବଢାଉଛି କରୋନା । ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହି ପରିମାଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଦେଶକୁ ଗ୍ରାସ କରିଥିବା ମହାମାରୀରେ ମାତ୍ର ୨୪ ଘଣ୍ଟାରେ ହଜାରେ ୪୩ ଜଣଙ୍କ ଜୀବନ ଯାଇଛି ।
ଯଦି ଆମେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିବା ତେବେ ଦେଶରେ ୩୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୮୩ ହଜାର ୮୮୩ରେ ପହଁଚିବା ପରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୭ ରେ ପହଁଚିଛି । ଦେଶରେ ବର୍ତମାନ ସକ୍ରିୟ ସଂକ୍ରମିତ ସଂଖ୍ୟା ୮ ଲକ୍ଷ ୧୫ ହଜାର ୫୩୮ ଏବଂ ସୁସ୍ଥ ସଂଖ୍ୟା ୨୯ ଲକ୍ଷ ୭୦ ହଜାର ୪୯୩ ରହିଛି । ସାରାଦେଶରୁ ଗତ ୨୪ ଘଂଟାରେ ଏକ ହଜାର ୪୩ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏକ ହଜାର ୪୩ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬୭ ହଜାର ୩୭୬ରେ ପହଁଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଜାରି ହୋଇଛି ।