ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ସାଢେ ୭୦ ହଜାର ନୂଆ ମାମଲା, ୭୭୬ ମୃତ । ସୁସ୍ଥ ସଂଖ୍ୟା ୫୧ ଲକ୍ଷରୁ ଅଧିକ

ଦେଶରେ କମୁଛି କରୋନା ସଂକ୍ରମଣ

247

କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ଆସିଛି ସାଢେ ୭୦ ହଜାର ନୂଆ ମାମଲା । ଏଥିସହ ୭୭୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ଲକ୍ଷ ଟପିଛି ।
୫୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୯୬ ହଜାର ଅତିକ୍ରମ କରିଛି । ତେବେ କିଛି ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତା ବଢାଉଛି । କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର କରୋନା ସଂକ୍ରମଣ ଉଦବେଗଜନକ ରହିଛି । ୨୬ଦିନ ପରେ କରୋନାରେ ହଜାରେରୁ କମ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ବଡ କଥା ହେଲା ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା କମ ରହିଛି । ୫୧ଲକ୍ଷ ଏକ ହଜାର ଲୋକ ସୁସ୍ଥ ହୋଇଛନ୍ତି । ସଂକ୍ରମଣରେ ସକ୍ରିୟ ମାମଲା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ୫ ଗୁଣ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ମୃତ୍ୟୁ ହାର କମୁଛି । ମୃତ୍ୟୁ ହାର ରହିଛି ୧.୫୭ ପ୍ରତିଶତ । ସକ୍ରିୟ ସଂକ୍ରମିତଙ୍କ ହାର ୧୬ ପ୍ରତିଶତ ଏବଂ ସୁସ୍ଥ ହାର ରହିଛି ୮୩ ପ୍ରତିଶତ । ଦେଶରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରିଛି । ସେହିପରି ଆକ୍ଟିଭ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଆଇସିଏମଆର ତଥ୍ୟ ଅନୁସାରେ ୨୮ ସେପ୍ଟେମ୍ବର ମଧ୍ୟରେ ଦେଶରେ ୭ଲକ୍ଷ ନମୁନା ପରୀକ୍ଷା ହୋଇଛି ।