ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୮୫୩୬୨ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୯୩ ହଜାର ଟପିଲା

ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୮୫୩୬୨ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୯୩ ହଜାର ଟପିଲା

କନକ ବ୍ୟୁରୋ :  ସେପ୍ଟେମ୍ବର ୨୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୫୯, ୦୩, ୯୩୨ ଲକ୍ଷ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୮,୪୯,୫୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୯୩, ୩୭୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୫, ୩୬୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୬୦, ୯୬୯ ରହିଛି। ୨୪ ଘଣ୍ଟାରେ ୧,୦୮୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ତଥ୍ୟ ରେକର୍ଡ ଅନୁସାରେ, ନୂତନ ସଂକ୍ରମଣ ଅପେକ୍ଷା ଭାରତରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଆଠ ଦିନ ମଧ୍ୟରୁ ସାତ ଦିନରେ ନୂତନ ସଂକ୍ରମଣ ଅପେକ୍ଷା ଆରୋଗ୍ୟ ହାର ଅଧିକ ହୋଇଥିବା ଜଣାପଡ଼ିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥତା ସଂଖ୍ୟା ୯୩, ୦୦୦ ଟପିଥିବା ବେଳେ ସମଗ୍ର ଭାରତରେ ସକ୍ରିୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯.୬ ଲକ୍ଷକୁ ଖସି ଆସିଛି। କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିଥିବା ୫୯.୦୩ ଲକ୍ଷ୍ ରୋଗୀଙ୍କ ମଧ୍ୟରୁ ୪୮.୪୯ ଲକ୍ଷ ରୋଗୀ ଏବେ ସୁସ୍ଥ ହୋଇସାରିଛନ୍ତି। ଏହାଛଡ଼ା ସେପ୍ଟେମ୍ବର ୧୯ ତାରିଖ ଠାରୁ ଭାରତରେ କୋଭିଡ୍-୧୯ଜନିତ ଦୈନିକ ମୃତ୍ୟୁସଂଖ୍ୟା ମଧ୍ୟ ୧୨୦୦ରୁ କମ୍ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe