କନକ ବ୍ୟୁରୋ: ଗଂଜାମ ବାଟରେ ରାଜଧାନୀ! ଭୁବନେଶ୍ୱରରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ରାଜଧାନୀରେ ବଢି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଗଂଜାମ ଜିଲ୍ଲା  ଯେଭଳି ଚିନ୍ତାଜନକ ସ୍ଥିତିରେ ପହଂଚିଛି, ରାଜଧାନୀର ଅବସ୍ଥା ଅନୁଧ୍ୟାନ କଲେ ଠିକ୍ ସେହିପରି ମନେ ହୁଏ । ଜୁଲାଇ ୧୨ ତାରିଖରୁ ୧୮ ତାରିଖ ମଧ୍ୟରେ ଗଂଜାମ ଓ ଭୁବନେଶ୍ୱର ସ୍ଥିତି ଉପରେ ଏବେ ନଜର ପକାଇବା ।

ଗଂଜାମଭୁବନେଶ୍ୱର

ଜୁଲାଇ ୧୨ ୨୩୦ ୬୪

ଜୁଲାଇ ୧୩ ୨୮୩ ୧୪

ଜୁଲାଇ ୧୪ ୧୮୮ ୫୧

ଜୁଲାଇ ୧୫ ୨୮୬ ୯୦

ଜୁଲାଇ ୧୬ ୨୪୬ ୬୦

ଜୁଲାଇ ୧୭ ୨୩୧ ୧୨୪

ଜୁଲାଇ ୧୮ ୧୮୨ ୮୭

Advertisment

ଗତ ୭ ଦିନ  ମଧ୍ୟରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୫ ହୋଇଥିବା ବେଳେ କେବଳ ଗଂଜାମ ଜିଲ୍ଲାରେ ମୋଟ ୧୬୪୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ରାଜଧାନୀରେ ଏହି ସଂଖ୍ୟା ୪୯୦ ହୋଇଛି ।

publive-image

ଲକ୍ଡାଉନ୍ ମାଧ୍ୟମରେ ବଢିଚାଲିଥିବା ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ହେଲେ ଲକ୍ଷଣ ଥିବା ରୋଗୀଙ୍କ ଠାବ କରିବା ସହ ସେମାନଙ୍କର ଟେଷ୍ଟିଂ ଏବଂ କଂଟାକ୍ଟ ଟ୍ରେସିଂ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଆହ୍ୱାନ ଆଣିଛି । ଏହାରି ଭିତରେ ଭୁବନେଶ୍ୱରରେ ଘରକୁ ଘର ବୁଲି ଯାଂଚ ଆରମ୍ଭ କରିଛନ୍ତି ବିଏମସି କର୍ମଚାରୀ ।

ହିସାବ ଅନୁସାରେ ଏହି ସପ୍ତାହ ମଧ୍ୟରେ ରାଜ୍ୟର ଆକ୍ରାନ୍ତ ସଂଖ୍ୟାର ପ୍ରାୟ ୩୯ ପ୍ରତିଶତ ଗଂଜାମରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ଏହି ସମୟରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟ ଆକ୍ରାନ୍ତ ସଂଖ୍ୟାର ପ୍ରାୟ ୧୨ ପ୍ରତିଶତ । ଏପରିକି ଖୋର୍ଦ୍ଧା ଜିଲ୍ଲା ୬୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ କେବଳ ରାଜଧାନୀରେ ଚିହ୍ନଟ ହେଉଛନ୍ତି ।

ଗୋଟିଏ ପଟେ କରୋନା ସଂକ୍ରମଣରେ ଗଂଜାମ ସରକାରଙ୍କ ଫୋକସରେ ଥିବା ବେଳେ ରାଜଧାନୀରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଶାସନର ମୁଣ୍ଡବ୍ୟଥା ବଡାଇଛି । ତେବେ ଯେଉଁ ହାରରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଆଗାମୀ ଦିନରେ ଏଠାରେ ଗଂଜାମ ସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ ।