ସଟଡାଉନ ହେଲା ୩ ଜିଲ୍ଲା । ୬୦ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର ସଟଡାଉନ । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ ଯାଏଁ ଲାଗୁ ହେଲା କଟକଣା

2,125

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସଟଡାଉନ ହେଲା ୩ ଜିଲ୍ଲା ସଟଡାଉନ । ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ସଟଡାଉନ ହେଲା । ୩ ଜିଲ୍ଲାକୁ ୬୦ ଘଣ୍ଟାପାଇଁ ସଟଡାଉନ କଲେ ସରକାର । । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ସଡଟାଉନ । ସଂକ୍ରମଣ ରୋକିବାକୁ ୩ ଜିଲ୍ଲାକୁ ସଟଡାଉନ କରିବା ନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ।

ତେବେ ରାଜଧାନୀ ଭୁବନେଶ୍ୱର ଭଳି ସଟଡାଉନ ହେବ ଏହି ୩ ଜିଲ୍ଲା । ଏହି ସଟଡାଉନ ସମୟରେ ଜରୁରୀକାଳୀନ ସେବା ଯଥା ମେଡିକାଲ କାମ ଛଡା ଆଉ ଅନ୍ୟ କୌଣସି କାମରେ କେହି ବାହାରକୁ ବାହାରି ପାରିବେନି । କିଛି ଔଷଧ ଦୋକାନ ଖୋଲା ରହିବା ଛଡା ଆଉ ସମସ୍ତ ଦୋକାନ ଆଉ କାର୍ଯ୍ୟକ୍ରମ ବନ୍ଦ ରହିବ ।

ତେବେ ଏହି ସଟଡାଉନ ଏକ ପ୍ରକାର କର୍ଫ୍ୟୁ ଭଳି । ଏହି ସମୟରେ ସମସ୍ତ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିବ । ସଟଡାଉନ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ, ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯିବ । ତେବେ ସବୁ ସରପଞ୍ଚମାନଙ୍କୁ କୁହାଯାଇଛି ନିଜ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଖୋଜିବାକୁ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସ୍ୱଇଚ୍ଛାରେ ଆସି ତଥ୍ୟ ଦେବାକୁ ସରକାର ଆହ୍ୱାନ ଦେଇଛନ୍ତି । ଯଦି କେହି ନଆସନ୍ତି ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।