କରୋନା ମୁକାବିଲା: କ’ଣ ରହିଛି ‘କରୋନା’ ସ୍ଥିତି? ୨୪ ଘଣ୍ଟିଆ ରିପୋର୍ଟ ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।

2,217

କନକ ବ୍ୟୁରୋ: କରୋନା ମୁବାବିଲା ପାଇଁ ରାଜ୍ୟ ସରକାରଙ୍କ କଠୋର ପଦକ୍ଷେପ । ଆଜିଠାରୁ ସ୍ଥିତିରେ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସେହିପରି ଆସନ୍ତା ୨୨ରେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ସମର୍ଥନ ଜଣାଇଛନ୍ତି । ତେଣୁ ଆସନ୍ତା ୨୨ରେ ସମସ୍ତ ଓଡ଼ିଶାବାସୀ ଘରେ ରହି ସହଯୋଗ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଅନ୍ୟପଟେ ଏକ ଉଦବେଗପୂର୍ଣ୍ଣ ଦିଗ ଉପରେ ସତର୍କ କରାଇଛନ୍ତି ରାଜ୍ୟ ସରକାର । ବିଦେଶୀ ପର୍ଯ୍ୟଟଙ୍କୁ ଅସଦାଚରଣ କିମ୍ବା ଲାଂଛନା ବରଦାସ୍ତ କରାଯିବନି । ଆଉ ଡର କିମ୍ବା ଭୟରେ ମଣିଷ ପଣିଆ ହରାନ୍ତୁନି । ଏ ହେଉଚି ଗୋପବନ୍ଧୁ, ସନ୍ଥକବି ଭୀମଭୋଇଙ୍କ ଓଡ଼ିଶା ତେଣୁ ଆମେ ମଣିଷ ପଣିଆ ତ୍ୟାଗ କରିବା ନାହିଁ । ଓଡ଼ିଆଙ୍କ ସଭ୍ୟତା ସଂସ୍କାରକୁ ତ୍ୟାଗ ନକରି ସହାଯ୍ୟ କରନ୍ତୁ । ଯଦି କେହି ବି ଏଥିରେ ବ୍ୟତିକ୍ରମ କରନ୍ତୁ ଆଇନ ଅନୁସାରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ ଅଫିସରେ କୌଣସି ବୈଠକ ହେବ ନାହିଁ, କେବଳ କୋଭିଡ୍-୧୯ର ମିଟିଙ୍ଗ କରାଯିବ ।

ସେହିପରି ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣେ ୧୯ ବର୍ଷୀୟ ଯୁବକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ଏବଂ ୪୬ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ୪୬ ଜଣରୁ ୪୩ ଜଣଙ୍କ ପରିଚୟ ମିଳିଛି । ଏମ୍ସ ଘଟଣାକୁ ସର୍ବଚ୍ଚ୍ୱ ଗୁରୁତ୍ୱ ଦିଆଯାଉଛି, ଏହି ଘଟଣାକୁ ସରକାର ଅଧିକ ଗୁରୁତର ସହ ନେଇଛନ୍ତି । ତେଣୁ ଭୟବୀତ ହେବାର କୌଣସି କାରଣ ନାହିଁ । ଧର୍ଯ୍ୟହରା ହୁଅନ୍ତୁନି, ବିଶ୍ୱ ମହାମାରୀକୁ ମିଳିମିଶି ମୁକାବିଲା କରିବାର ସମୟ ଆସିଛି ।