ଓଡ଼ିଶା କରୁଛି କରୋନା ମୁକାବିଲା । ଲକ୍ ଡାଉନ୍ ସମୟରେ ମାଲବାହୀ ଯାନ ଉପରେ ନାହିଁ କଟକଣା । ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବାତିଲ୍ ଅନ୍ତଃରାଜ୍ୟ ବସ୍ ସେବା ।

2,480

କନକ ବ୍ୟୁରୋ: ଲକ୍ ଡାଉନ ସମୟରେ ମାଲ୍ ବାହୀ ଯାନ ଉପରେ କୌଣସି କଟକଣା ନାହିଁ । କାରଣ ସରକାର ଚାହୁଁଛନ୍ତି ଖାଦ୍ୟ ସାମଗ୍ରୀ ଏବଂ କୌଣସି ଆବଶ୍ୟକୀୟ ଜିନିଷର ଅଭାବ ଜନସାଧାରଣଙ୍କୁ ନହେଉ । ସେଥିପାଇଁ କୌଣସି ମାଲ୍ ବାହୀଯାନ ଉପରେ ଲକ୍ ଡାଉନ ସମୟରେ କଟକଣା ଲାଗିବ ନାହିଁ । ଏହାର ତଦାରଖ କରିବାକୁ ରାଜ୍ୟ ସରକାର ଏକ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି । ଯେଉଁମାନେ ମାଲବାହୀଯାନ ଚଳାଚଳ ସୂଚାରୁରୁପେ ରଖିବେ ବୋଲି ନିର୍ଦ୍ଦେଶ ରହିଛି ।

ସେହିପରି ଆସନ୍ତାକାଲିଠାରୁ ଅନ୍ତଃରାଜ୍ୟ ବସସେବାକୁ ବାତିଲ କରାଯାଇଛି । ଆସନ୍ତାକାଲି ସକାଳ ୧୧ଟାରୁ କୌଣସି ଅନ୍ତଃରାଜ୍ୟ ବସ୍ ଓଡ଼ିଶା ଭିତରକୁ ପ୍ରବେଶ କରିପାରିବେ ନାହିଁ । ସେହିପରି ଓଡ଼ିଶାରୁ କୌଣସି ଅନ୍ତଃରାଜ୍ୟ ବସ୍ ଚଳାଚଳ କରିପାରିବ ନାହିଁ । ଏହି କଟକଣା ଅନିର୍ଦ୍ଦିଷ୍ଟକାଳ ପାଇଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧୮୮ଟି ଦେଶ ସଂକ୍ରମିତ ହୋଇଛି । ୩ଲକ୍ଷ ୮ହାଜର ୫୬୪ ଜଣ ଆକ୍ରାନ୍ତ ହେଲେଣି । ସେହିଭଳି ୫ ଟି ବହୁ ସଂକ୍ରମିତ ଦେଶ ମଧ୍ୟରେ ରହିଛନ୍ତି ଚୀନ, ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍ ଏବଂ ଜର୍ମାନୀ । ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହିଁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାରେ ୨ଜଣ କରୋନା ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ରାଜ୍ୟରେ ଏଯାବତ୍ ୩ହଜାର ୪୭୪ ଜଣ ପଞ୍ଜୀକରଣ କରିଛନ୍ତି । ୭୬ ଜଣ ସନ୍ଦିଗ୍ଧ ନଜରରେ ରହିଛନ୍ତି । ଆଉ ୭୬ଟି ନମୁନା ମଧ୍ୟରୁ ଏବେ ବି ୨ ପଜିଟିଭ୍ ରହିଥିବାବେଳେ ଅନ୍ୟ ସବୁ ନେଗେଟିଭ୍ ରହିଛି ।