କନକ ବ୍ୟୁରୋ: ସାଙ୍ଘାତିକ ହେଉଛି ଯାଜପୁର ସ୍ଥିତି । ଦିନକୁ ଦିନ ସାରା ରାଜ୍ୟର ଚିନ୍ତା ବଢାଉଛି ଯାଜପୁରର ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ୧୭ ଜଣ କରୋନା ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଛନ୍ତି । ସକାଳେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଲା ।
ତେବେ ସକାଳେ ୩ ଜଣ ଯାଜପୁର କଟିକଟା ଅବରୋଧ ଅଞ୍ଚଳରୁ ଚିହ୍ନଟ ହୋଇଥିଲେ । ସେମାନେ ସମସ୍ତେ କୋଲକାତା ଫେରନ୍ତା । ଜଣେ ୧୮ ବର୍ଷର ଯୁବତୀ ଥିବା ବେଳେ ୫୬ ବର୍ଷୀୟ ପୁରୁଷ ଓ ୬୫ ବର୍ଷୀୟ ପୁରୁଷ ଥିଲେ
2nd Health Update, 30 April
14 Positives in Jajpur
29 yr Male, 38 yr Male, 35 yr Male, 40 yr Female, 29 yr Male, 20 yr Female,
85 yr Female, 3 yr Male, 34 yr Male,
3 yr Female, 36 yr Female, 12 yr Male, 52 yr Female & 62 yr Male.Total Positive Case:142
— I & PR Department, Odisha (@IPR_Odisha) April 30, 2020
ସେହିପରି ନୂଆ ୧୪ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ଦେଲେ ସରକାର । ୧୪ ଜଣଙ୍କର ରହିଛି କୋଲକାତା ଲିଙ୍କ । ୧୪ ଆକ୍ରାନ୍ତଙ୍କରୁ ୮ ଜଣ ପୁରୁଷ, ୬ ଜଣ ମହିଳା । ସେମାନଙ୍କ ମଧ୍ୟରୁ ୨ ଶିଶୁ (ଜଣେ ପୁଅ, ଜଣେ ଝିଅ) । ସମସ୍ତେ ଯାଜପୁର କଟିକଟା ଣ୍ଟେନମେଣ୍ଟ ଜୋନର । ଆକ୍ରାନ୍ତଙ୍କ ମଧ୍ୟରେ ୩ ବର୍ଷ ୨ ଜଣ ଶିଶୁ (ପୁଅ, ଝିଅ) । ୨୯ ବର୍ଷୀୟ ଯୁବକ, ୩୮ ବର୍ଷୀୟ ପୁରୁଷ, ୩୫ ବର୍ଷୀୟ ପୁରୁଷ, ୪୦ ବର୍ଷୀୟ ମହିଳା, ୨୯ ବର୍ଷୀୟ ପୁରୁଷ, ୨୦ ବର୍ଷୀୟ ଯୁବତୀ, ୮୫ ବର୍ଷୀୟା ବୃଦ୍ଧା, ୩୪ ବର୍ଷୀୟ ପୁରୁଷ, ୩୬ ବର୍ଷୀୟ ମହିଳା, ୧୨ ବର୍ଷୀୟ ବାଳକ, ୫୨ ବର୍ଷୀୟ ମହିଳା ଏବଂ ୬୨ ବର୍ଷୀୟ ପୁରୁଷ ଅଛନ୍ତି ।