ଆପଣାକୁ ପର କରିଦେଉଛି କରୋନା । କରୋନା ମୃତ୍ୟୁ ପରେ ବ୍ରାହ୍ମଣ, ବାରିକ କିମ୍ବା ଆସୁ ନାହାଁନ୍ତି ରଜକ । ସମ୍ବଲପୁରରୁ ଆସିଲା କରୋନାର କରୁଣ କାହାଣୀ

Advertisment
ଆପଣାକୁ ପର କରିଦେଉଛି କରୋନା । କରୋନା ମୃତ୍ୟୁ ପରେ ବ୍ରାହ୍ମଣ, ବାରିକ କିମ୍ବା ଆସୁ ନାହାଁନ୍ତି ରଜକ । ସମ୍ବଲପୁରରୁ ଆସିଲା କରୋନାର କରୁଣ କାହାଣୀ

କନକ ବ୍ୟୁରୋ: ଯିଏ ଗଲା, ସିଏ ତ ଚାଲିଗଲା । କିନ୍ତୁ ଯେଉଁମାନେ ଅଛନ୍ତି ସେମାନଙ୍କ ଉପରେ ଯେମିତି ଦୁଃଖ ପାହାଡ଼ ଛିଣ୍ଡି ପଡ଼ିଲା । କରୋନା ମୃତ୍ୟୁ ମଣିଷକୁ ଅସହାୟ କରିଦେଇଛି, ଆପଣାକୁ ପର କରିଦେଇଛି । ଜଣକୁ ଆଉ ଜଣଙ୍କଠାରୁ କେମିତି ଦୂରେଇ ଦେଇଛି, ସମ୍ବଲପୁରର ସୁଜିତ କୁମାରଙ୍କ ମୁହଁରୁ ଶୁଣି ନିଅନ୍ତୁ ।

ବାରିକ ଆସିଲେନି, ବ୍ରାହ୍ମଣ ଆସିଲେନି କିମ୍ବା ଧୋବା ଆସିଲେନି । କ୍ରିୟା-କର୍ମ, ସୁଦ୍ଧି ସେ କେମିତି କରିଛନ୍ତି ସେ ହିଁ ଜାଣିଛନ୍ତି । ସୁଜିତଙ୍କ ମା’ କରୋନାରେ ଚାଲିଯିବା ପରେ ଗାଁ ଗ୍ରାମବାସୀ ଆସିଲେ, ନା କୌଣସି ସମ୍ପର୍କ ଆସିବା ସଂଭବପର ଥିଲା । ଶେଷରେ ବହୁ କଷ୍ଟର ଯେମିତି ସେମିତି ହେଉ ପଛେ, କର୍ମ କରିଛନ୍ତି । ହେଲେ ମନ ବୁଝୁନି ।

ସମ୍ବଲପୁରର ସୁଜିତ ଯେଉଁ ସମସ୍ୟାର ସମ୍ମୁଖିନ ହୋଇଛନ୍ତି, ହୁଏତ ଅନେକ ଲୋକ ସେହି ଅସୁବିଧାର ସମ୍ମୁଖିନ ହେଉଥିବେ । ତେବେ ଯେଉଁମାନେ ସନାତନ, ହିନ୍ଦୁ ଧର୍ମାବଳମ୍ବୀ ଅଛନ୍ତି, ସେମାନଙ୍କ ପାଖରେ ଏହି ସୁଦ୍ଧା କ୍ରିୟାର ଆଉ କିଛି ବିକଳ୍ପ ଅଛି କି? କ୍ରିୟାକର୍ମୀ ପ୍ରକ୍ରିୟା ୧୦ରୁ ୧୨ ଦିନ ବଦଳରେ ଏହାକୁ କାଂଟଛାଂଟ କରାଯାଇପାରେ କି?

ପଣ୍ଡିତଙ୍କ ପରାମର୍ଶ ବାହାରେ, ଲୋକଙ୍କ ବିପଦ ବେଳାରେ ଠିଆ ହେବା, ଯଥା ସଂଭବ ସହଯୋଗ କରିବା ହିଁ ଏହି ସମସ୍ୟାର ସବୁଠାରୁ ବଡ଼ ସମାଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe