ରାୟଗଡ଼ାକୁ ଡେଇଁଲା କରୋନା । କରୋନା ସଂକ୍ରମଣ ତାଲିକାରେ ଓଡ଼ିଶାର ସବୁ ଜିଲ୍ଲା । ରାଜ୍ୟରେ ଆଜି ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୯୧ ଜଣ ।

Advertisment
ରାୟଗଡ଼ାକୁ ଡେଇଁଲା କରୋନା । କରୋନା ସଂକ୍ରମଣ ତାଲିକାରେ ଓଡ଼ିଶାର ସବୁ ଜିଲ୍ଲା । ରାଜ୍ୟରେ ଆଜି ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୯୧ ଜଣ ।

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ସାରା ଓଡିଶାକୁ ଛୁଇଁଛି । ଶେଷ ଜିଲ୍ଲା ଭାବେ ବୁଧବାର କରୋନା ତାଲିକାରେ ସାମିଲ ହୋଇଛି ରାୟଗଡା । ଦିଲ୍ଲୀରୁ ଫେରିଥିବା ପ୍ରବାସୀ ରାୟଗଡାର ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ତାଙ୍କଠାରୁ ଭୂତାଣୁ ଚିହ୍ନଟ ହୋଇଛି । ଏଥିସହ ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ସଂକ୍ରମିତ ଖବର ଆସିଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଇଁ ଚାଲିଥିଲା ଭୂତାଣୁ ।

ରାଜ୍ୟରେ ଅଧିକାଂଶ କରୋନା ଆକ୍ରାନ୍ତ ପ୍ରବାସୀ ରୂପରେ ସାମ୍ନାକୁ ଆସିଛନ୍ତି । ଅର୍ଥାତ୍ କିଏ ବିଦେଶରୁ ତ ଆଉ କିଏ ବାହାର ରାଜ୍ୟରୁ କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟକୁ ଫେରିଛନ୍ତି । ଆଉ ଅଢେଇ ମାସ ମଧ୍ୟରେ ୨ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା ।

ରାଜ୍ୟରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରେ । ଗଂଜାମରେ ଏଯାଏ ୪୯୯ ସଂକ୍ରମିତ ଥିବା ବେଳେ , ଯାଜପୁରରେ ରହିଛନ୍ତି ୨୯୦ ଆକ୍ରାନ୍ତ । ସେହିପରି ବାଲେଶ୍ୱରରେ ୧୭୮, ଖୋର୍ଦ୍ଧାରେ ୧୭୦, କେନ୍ଦ୍ରାପଡାରେ ୧୬୧, କଟକରେ ୧୨୬, ଭଦ୍ରକରେ ୧୨୩ ଏବଂ ବଲାଙ୍ଗୀରେ ୧୦୨ ଜଣ ଆକ୍ରାନ୍ତ ହୋଇଛନ୍ତି । ତାପଛକୁ ପୁରୀ ୯୬, ଜଗତସିଂହପୁର ୮୬, ନୟାଗଡ ୬୯, ସୁନ୍ଦରଗଡ ୬୯, ନୂଆପଡା ୬୦, ଗଜପତି ୪୪, ମୟୂରଭଂଜ ୩୫, ବୌଦ୍ଧ ୩୪, ଦେବଗଡ ୩୩, କେଉଁଝର ୩୦, ଅନୁଗୁଳ ୨୯, ସୋନପୁର ୨୫, କନ୍ଧମାଳ ୨୨, ଢେଙ୍କାନାଳ ୨୧, କଳାହାଣ୍ଡି ୨୧, ମାଲକାନଗିରି ୨୧, ସମ୍ବଲପୁର ୧୫ ଓ ବରଗଡରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ମଧ୍ୟରେ କୋରାପୁଟ ୮, ଝାରସୁଗୁଡା ୭, ନବରଙ୍ଗପୁର ୨ ଏବଂ ରାୟଗଡାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କରୋନାରେ ଏଯାଏ ସାରା ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୩ ଜଣ, ଗଞ୍ଜାମରେ ୩ଜଣ ଏବଂ କଟକରେ ପ୍ରାଣ ହରାଇଛନ୍ତି ଜଣେ କରୋନା ଆକ୍ରାନ୍ତ । ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଅନ୍ୟ ରୋଗରେ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତେବେ ଗତ କିଛି ଦିନ ହେଲା ରାଜ୍ୟ ପାଇଁ ଆଶ୍ୱାସନା ଆଣିଛି କରୋନା ଆକ୍ରାନ୍ତ ସୁସ୍ଥ ହେବାର ଖବର । ରାଜ୍ୟରେ ବର୍ତମାନ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଖାଲି ସେତିକି ନୁହେଁ, ମୃତ୍ୟୁ ହାର ମଧ୍ୟ ଓଡିଶାରେ ସବୁଠାରୁ କମ୍ ୦.୨୯ ପ୍ରତିଶତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe