କରୋନା ନେଲା ଆଉ ୧୦ଜୀବନ : ଗଞ୍ଜାମରେ ସର୍ବାଧିକ ୪, ପୁରୀରେ ୩, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ମୃତ; ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି

Advertisment
୨୪ ଘଂଟାରେ କରୋନାରେ ୧୦ ଜଣଙ୍କ ଗଲା ପ୍ରାଣ । ରାଜ୍ୟରେ ମୃତକଙ୍କ ସଂଖ୍ୟା ୩୪୩ କୁ ବୃଦ୍ଧି

କନକ ବ୍ୟୁରୋ :କରୋନା ନେଲା ୧୦ଜଣଙ୍କ ଜୀବନ । ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି କରୋନା ମୃତ୍ୟୁସଂଖ୍ୟା । ଆଜି ଗଞ୍ଜାମରୁ ସର୍ବାଧିକ ୪, ପୁରୀରେ ୩, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମରେ ମୋଟ ମୃତ୍ୟୁସଂଖ୍ୟା ୧୫୧ ଥିବାବେଳେ ଖୋର୍ଦ୍ଧାରେ ୪୨, ସୁନ୍ଦରଗଡରେ ୨୧, କଟକ ୧୪, ଗଜପତି ୧୬, ରାୟଗଡା ୧୪, ବାଲେଶ୍ୱରରେ ୭ଜଣଙ୍କ ମୃତ୍ୟୁ ହୋଇଛି । କିଛି ଜିଲ୍ଲାକୁ ଛାଡିଦେଲେ ପ୍ରାୟ ଜିଲ୍ଲାରୁ ମୁଣ୍ଡ ନେଲାଣି କରୋନା । publive-image

ରାଜ୍ୟରେ ୫୪ ହଜାର ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୯ ଶହ ୭୭ କରୋନା ପଜିଟିଭ୍ । ସଂଗରୋଧ କେନ୍ଦ୍ରରୁ ୧୨ ଶହ ୪୧ ଏବଂ ସ୍ଥାନୀୟ ଅଂଚଳରୁ ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଖୋର୍ଧା ଜିଲ୍ଲାରୁ ରହିଛନ୍ତି ସର୍ବାଧିକ ୩୩୨ ଆକ୍ରାନ୍ତ । ସେହିପରି ଗଂଜାମରୁ ୨୮୦, ମୟୂରଭଂଜରୁ ୧୨୦, ଭଦ୍ରକରୁ ୧୧୮, କଟକରୁ ୧୦୧, ଗଜପତିରୁ ୯୩, କୋରାପୁଟରୁ ୯୦, ସୁନ୍ଦରଗଡରୁ ୮୮, ପୁରୀରୁ ୮୩, ନୟାଗଡରୁ ୭୫, ରାୟଗଡାରୁ ୭୦, ଯାଜପୁରରୁ ୬୯, କନ୍ଧମାଳରୁ ୬୦, ବାଲେଶ୍ୱରରୁ ୫୬, ମାଲକାନଗିରିରୁ ୫୨, କଳାହାଣ୍ଡିରୁ ୪୮, ଢେଙ୍କାନାଳରୁ ୪୦, ଜଗତସିଂହପୁରରୁ ୩୪, ବରଗଡରୁ ୨୨, ନୂଆପଡାରୁ ୨୦, ନବରଙ୍ଗପୁରୁ ୧୭, ଝାରସୁଗୁଡାରୁ ୧୧, କେନ୍ଦୁଝରରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯ ଶହ ୭୭ କରୋନା ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୪ ହଜାର ୬୩୦କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ଆକ୍ଟିଭ୍ କେସ୍ ରହିଛି ୧୬ ହଜାର ୩୫୩ ଏବଂ ସୁସ୍ଥ ସଂଖ୍ୟା ଅଛି ୩୭ ହଜାର ୯ ଶହ । ଗତ ୨୪ ଘଂଟାରେ ରାଜ୍ୟରୁ ୧୪ ଶହ ୨୨ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe