କନକ ବ୍ୟୁରୋ : ରାଜ୍ୟରେ କରୋନାରେ ଆଉ ୧୦ଜଣଙ୍କ ମୃତ୍ୟୁ । ଗଞ୍ଜାମ ଓ ଖୋର୍ଦ୍ଧାରେ ୩ଜଣ ଲେଖାଏଁ ଆକ୍ରାନ୍ତ ମୃତ । ରାୟଗଡା, ପୁରୀ , ବାଲେଶ୍ୱର, ସୁନ୍ଦରଗଡରେ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୯୬ରେ ପହଞ୍ଚିଲା । ୧୧ଦିନରେ ୧୧୯ ଜୀବନ ନେଲାଣି କରୋନା ।/kanak/media/post_attachments/wp-content/uploads/2020/08/15-13-300x169.jpg)
ସେପଟେ, ରାଜ୍ୟର ୨୯ ଜିଲ୍ଲାରୁ ୧୩ ଶହ ୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୧୮ ଓ ସ୍ଥାନୀୟ ସଂକ୍ରମିତ ୫୨୩ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ସର୍ବାଧିକ ୨୨୭ ଜଣ ଓ ଖୋର୍ଦ୍ଧାରୁ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୯୧. ଭଦ୍ରକ ୮୩, କଟକରୁ ୭୬, ରାୟଗାଡରୁ ୭୫, ଝାରସୁଗୁଡାରୁ ୬୭, ନୟାଗଡରୁ ୫୭, ବରଗଡରୁ ୫୬ଜଣ ବାଲେଶ୍ୱରରୁ ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୪୫, ସମ୍ବଲପୁରରୁ ୨୬, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩ ଜଣ, ଗଜପତିରୁ ୨୦, ମାଲକାନଗିରି ୧୭, ଜଗତସିଂହପୁର ଓ ପୁରୀରୁ ୧୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/23-750x430-1.jpg)