କରୋନା ନେଲା ଆଉ ୧୦ ଜୀବନ : ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି; ସେପଟେ ଗଞ୍ଜାମରେ କରୋନା ନେଲାଣି ୧୨୦ ମୁଣ୍ଡ

340

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ଘଂଟାରେ ଆଉ ୧୦ ଜଣଙ୍କର ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟର କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୩ଜଣ, ସୁନ୍ଦରଗଡରୁ ୨ଜଣ, ଭଦ୍ରକ,କେନ୍ଦୁଝର, କନ୍ଧମାଳ, ନବରଙ୍ଗପୁର, ନୟାଗଡରୁ  ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଗଞ୍ଜାମରେ ମୋଟ ୧୨୦ ଜଣଙ୍କୁ ଜୀବନ ନେଇସାରିଲାଣି କରୋନା । ଗଞ୍ଜାମର ୩ ଜଣ ମୃତକ ପୁରୁଷଙ୍କ ବୟସ ୪୦, ୫୨ ଓ ୫୫ ବର୍ଷ। ସୁନ୍ଦରଗଡ଼ରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ଉକ୍ତ ମହିଳାଙ୍କ ବୟସ ୨୮ ଓ ପୁରୁଷଙ୍କ ବୟସ ୫୪ ବର୍ଷ ବୋଲି ଜଣାଯାଇଛି । ଅପରପକ୍ଷରେ ନବରଙ୍ଗପୁରରେ ୪୦ ବର୍ଷିୟ ପୁରୁଷ, ନୟାଗଡ଼ରେ ୩୯ବର୍ଷିୟ ପୁରୁଷ ଓ କନ୍ଧମାଳରେ ୬୧ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଠିକ୍ ସେହିପରି ଭଦ୍ରକରେ ୫୩ ବର୍ଷୀୟା ମହିଳା ଓ କେନ୍ଦୁଝରରେ ୫୨ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ଘଟିଛି ।

ରାଜ୍ୟର ୨୯ ଜିଲ୍ଳାରୁ ଆଉ ୧୬ ଶହ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୭୩ ଓ ସ୍ଥାନୀୟ ଅଂଚଳରୁ ୬୨୬ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୪୦ହଜାର ୭୧୭କୁ ବୃଦ୍ଧି । ଗଞ୍ଜାମରୁ ୨୬୮, ଖୋର୍ଦ୍ଦାରୁ ୨୨୦, ସୁନ୍ଦରଗଡରୁ ୧୭୮, କଟକରୁ ୧୦୫, ସୁନ୍ଦରଗଡରୁ ୧୦୧, ବରଗଡରୁ ୮୧, ମାଲକାନଗିରିରୁ ୭୨, କନ୍ଧମାଳରୁ ୭୪, ଭଦ୍ରକ ୬୬, ପୁରୀରୁ ୬୭, କେନ୍ଦୁଝରରୁ ୫୬, ଯାଜପୁରରୁ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାଜ୍ୟରେ ୨୫ ହଜାର ୭୩୭ ଜଣ ସୁସ୍ଥ ହୋଇଥିବାବେଳେ ୧୪ ହଜାର ୭ଶହ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।