କନକ ବ୍ୟୁରୋ : ଜୀବନ ନେଉଛି କରୋନା । ଗତ ୨୪ ଘଂଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଂଜାମରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମରୁ ଜଣେ ୫୭ ବର୍ଷୀୟ ପୁରୁଷ, ୯୪ ବର୍ଷୀୟ ମହିଳା, ୫୭ ବର୍ଷୀୟ ପୁରୁଷ ଏବଂ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଖୋର୍ଧାରୁ ୩ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଖୋର୍ଧାରୁ ୬୦ ବର୍ଷୀୟ ମହିଳା, ୫୮ ବର୍ଷୀୟ ପୁରୁଷ ଏବଂ ଭୁବନେଶ୍ୱରରୁ ୭୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଯାଜପୁରରୁ ଜଣେ ୮୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଶିକାର ଥିଲେ । କଳାହାଣ୍ଡିରୁ ଜଣେ ୬୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ଜଣେ ୭୩ ବର୍ଷୀୟ ମହିଳାଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ୧୯୭କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ଆଉ ୪ ଜଣଙ୍କ ମୃତ୍ୟୁ ସହିତ ଗଂଜାମ ଜିଲ୍ଲାରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଧା ୨୮, ଗଜପତି ୧୧, କଟକ ୧୧, ସୁନ୍ଦରଗଡ ୧୦, ରାୟଗଡା ୭, ବାଲେଶ୍ୱର ୩, ପୁରୀ ୩, ନୟାଗଡ ୩, ଯାଜପୁରରେ କରୋନା ମୃତ୍ୟୁ ସଂଖ୍ୟା ୨ ରହିଛି । /kanak/media/post_attachments/wp-content/uploads/2020/08/17-1-300x169.jpg)
ଏପଟେ ଆଜି ଚିହ୍ନଟ ହୋଇଥିବା ନୂଆ ୧୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଂଜାମ ଜିଲ୍ଲାରୁ ୩୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ୨୧୮, କଟକରୁ ୧୨୩ ଏବଂ ରାୟଗଡାରୁ ୧୯୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୯, ବାଲେଶ୍ୱରରୁ ୧୨, ଭଦ୍ରକରୁ ୨୫, ବୋଦ୍ଧରୁ ୫, ଦେବଗଡରୁ ୨, ଢେଙ୍କାନାଳରୁ ୧୩, ଗଜପତିରୁ ୯୧, ଜଗତସିଂହପୁରରୁ ୧୩, ଯାଜପୁରରୁ ୫୭, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪୪, କେନ୍ଦୁଝରରୁ ୨, କୋରାପୁଟରୁ ୧୨, ମାଲକାନଗିରିରୁ ୨୪, ମୟୂରଭଂଜରୁ ୧, ନବରଙ୍ଗପୁରରୁ ୨, ନୟାଗଡରୁ ୮, ନୂଆପଡାରୁ ୭, ପୁରୀରୁ ୬୫, ସମ୍ବଲପୁରରୁ ୫୧, ସୋନପୁରରୁ ୬ ଏବଂ ସୁନ୍ଦରଗଡରୁ ୭୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/23.jpg)