କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଆଜି ୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ୪୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଆଜି ସଂଗରୋଗରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୩ ଜଣଙ୍କର ଯାତ୍ରା ବିବରଣୀ ରହିଛି। ଅନ୍ୟମାନେ ପୂର୍ବରୁ ଚିହ୍ନଟ କରୋନା ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିଥିଲେ। ସ୍ଥାନୀୟ ଅଂଚଳରୁ ଆଜି ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ୯ ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଖଣ୍ଡଗିରି, ସହିଦ ନଗର, ଚନ୍ଦ୍ରଶେଖରପୁର ଏଚ୍ବି କଲୋନିରୁ ୫ ଜଣ ଲେଖାଏଁ, ୟୁନିଟ-୧, ଅନ୍ୟ ଜିଲ୍ଲାରୁ, ଚକେଇସିଆଣୀରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି।
ସ୍ଥାନୀୟ ଅଂଚଳରୁ ଆଜି ଆଜି ୨୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଅନ୍ୟ ଜିଲ୍ଲାରୁ ୧୧ ଜଣ ଓ ୧୦ ଜଣ ପୁଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ସେହିପରି ଡୁମଡୁମା ଏଚ୍ବି କଲୋନିରୁ ୬ ଜଣ, ଲକ୍ଷ୍ମୀସାଗର, ବରମୁଣ୍ଡା, ସାମନ୍ତରାପୁର, ଚିନ୍ତାମଣିଶ୍ୱର, ୟୁନିଟ-୨ ଓ ୟୁନିଟ-୬ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/coronavirus.jpg)