ରାୟଗଡାର ୨ଟି ହଷ୍ଟେଲରେ ୬୪ ପିଲାଙ୍କୁ କରୋନା । ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ ।

464

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲାର ୨ଟି ସ୍ଥାନରୁ ୬୪ଜଣ ପିଲାଙ୍କୁ କରୋନା । ରାୟଗଡା କୋଟଲାଗୁଡ଼ା ସ୍ଥିତ ଏକ ହଷ୍ଟେଲର ୪୪ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ବେଳେ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟର ୨୦ ଜଣ ପିଲା କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ଛାତ୍ରଙ୍କ ଠାରେ କରୋନା ଲକ୍ଷଣ ନଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ଅଛନ୍ତି ।

ଖବର ପାଇ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତ ୪ତାରିଖରେ ସ୍ୱାସ୍ଥ୍ୟବିଭାଗର ଆରଆରଟି ଟିମ୍ ପକ୍ଷରୁ ହଷ୍ଟେଲରେ ରହୁଥିବା ୨୫୭ ଜଣ ପିଲାଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଏଥିରେ ୪୪ଜଣ ଛାତ୍ରଙ୍କ ନମୂନା ପଜିଟିଭ ବାହାରିଛି । ସଂକ୍ରମଣ ନବ୍ୟାପିବା ପାଇଁ ହଷ୍ଟେଲ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସେହିପରି ବିଷମକଟକ ବ୍ଲକ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟରେ ମଧ୍ୟ ୨୦ ଜଣ ଛାତ୍ର କରୋନା ପଜିଟିଭ ଥିବା ଜଣାପଡ଼ିଛି ।