କରୋନା କାଳରେ ଚାଲିଛି ମନ୍ତ୍ରୀ-ବିଧାୟକଙ୍କ କରୋନା ଟେଷ୍ଟ । ୬ କାଂଉଟରରେ ହେଉଛି ନମୁନା ପରୀକ୍ଷା । କାଲି ବିଧାନସଭା ପରିସର ହେବ ବିଶୋଧନ

85

କନକ ବ୍ୟୁରୋ : ବିଧାନସଭା ପରିସରରେ ଚାଲିଥିବା କରୋନା ନମୂନା ପରୀକ୍ଷାର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ପ୍ରାୟ ୪୦୦ ଜଣଙ୍କ ନମୂନା ସଂଗ୍ରହର ଟାର୍ଗେଟ୍ ଥିଲେ ମଧ୍ୟ ୭୫୭ ଜଣଙ୍କ ନମୂନା ସଂଗ୍ରହ ହୋଇଛି । ବିଧାନସଭା ପରିସରରେ ୬ଟି କାଉଁଟରରେ ନମୂନା ପରୀକ୍ଷା ବ୍ୟବସ୍ଥା ହୋଇଛି । ପ୍ରାୟ ୪୦ ଜଣ ପ୍ରତିକ୍ଷା କରିବା ଭଳି ଦୁଇଟି ପ୍ରତିକ୍ଷାଳୟ ମଧ୍ୟ ହୋଇଛି । ଯେଉଁଠି ଅପେକ୍ଷା କରି ଜଣେ ନମୂନା ଦେଇପାରିବ । ପ୍ରଥମ ଦିନରେ ୭୩୭ ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ନମୂନା ସଂଗ୍ରହ ହୋଇଛି ।

ସେହିପରି ବାଚସ୍ପତିଙ୍କ ସମେତ ୨୦ ଜଣ ବିଧାୟକଙ୍କର ମଧ୍ୟ ପ୍ରଥମ ଦିନରେ ନମୂନା ସଂଗ୍ରହ ହୋଇଛି । ରବିବାର ଓ ସୋମବାର ମନ୍ତ୍ରୀ, ବିଧାୟକ ଓ ବାକି ଥିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ନମୂନା ସଂଗ୍ରହ ଲକ୍ଷ୍ୟ ରହିଛି । ଗତକାଲି ଦୁଇ ବେଳା ନମୂନା ସଂଗ୍ରହ ହୋଇଥିଲା । ଏହି ଟିମ୍ ଆଜି ଓ ଆସନ୍ତାକାଲି ଗୋଟିଏ ବେଳା ନମୂନ ସଂଗ୍ରହ କରିବେ । ସମସ୍ତ ନମୂନା ଆରଟିପିସିଆର ଟେଷ୍ଟିଂ କରାଯିବ । ସୋମବାର ବିଧାନସଭା ପରିସରକୁ ବିଶୋଧନ କରାଯିବ । ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ ।