ଏସସିବିରେ ହେବ କରୋନା ରକ୍ତ ନମୁନା ପରୀକ୍ଷା । ପରୀକ୍ଷା ପାଇଁ ଅନୁମତି ଦେଲା ଆଇସିଏମଆର

ଏସସିବିରେ ହେବ କରୋନା ରକ୍ତ ନମୁନା ପରୀକ୍ଷା । ପରୀକ୍ଷା ପାଇଁ ଅନୁମତି ଦେଲା ଆଇସିଏମଆର

କନକ ବ୍ୟୁରୋ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ (ଏସସିବି) କରୋନା ନମୁନା ପରୀକ୍ଷା ଲାଗି ଆଇସିଏମଆର ଅନୁମତି ଦେଇଛି । ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ସୂଚନା ଦେଇଛନ୍ତି। ଏହାଫଳରେ କଟକରେ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ ହେବ। ଏଥିସହ ରାଜ୍ୟର ଅନ୍ୟ ଦୁଇଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ମଧ୍ୟ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରାଇବାକୁ ଆଇସିଏମଆରକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଖୁବଶୀଘ୍ର  ବୁର୍ଲାସ୍ଥିତ ଭିମସାର ଓ ବ୍ରହ୍ମପୁରସ୍ଥିତ ଏମକେସିଜିରେ କରୋନା ପରୀକ୍ଷା ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅପରପକ୍ଷରେ ଏମ୍‌ସ ଭୁବନେଶ୍ବରରେ କରୋନା ପରୀକ୍ଷା ଆରମ୍ଭ ହୋଇସାରିଛି। ସୂଚନା ଅନୁସାରେ, ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଅଧିକ ସଂଖ୍ୟାରେ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରସ୍ଥିତ  ଓୟୁଏଟିର ଭେଟେରେନାରି ମେଡିକାଲ କଲେଜ‌ରେ ରହିଥିବା ଅତ୍ୟାଧୁନିକ ଯନ୍ତ୍ରାଂଶ ସହାୟତାରେ ରାଜ୍ୟ ସରକାର କରୋନା ପରୀକ୍ଷା ପାଇଁ ଯୋଜନା କରିଛନ୍ତି। ତେବେ ଏସ୍‌ସିବି ମେଡିକାଲ କଲେଜରେ କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe