ଆସନ୍ତା ସପ୍ତାହରୁ ବଢିବ କରୋନା ଟେଷ୍ଟ: ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଲେ, ଦିନକୁ ୧୦ ନମୂନା ପରୀକ୍ଷା ହେବ; ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ

୧୦ରୁ ୧୨ ଦିନ ଭିତରେ ୪ଟି କୋଭିଡ ହସ୍ପିଟାଲରେ ପ୍ଲାଜ୍ମା ଥେରାପି ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

282

କନକ ବ୍ୟୁରୋ: ଆସନ୍ତା ୧୦ରୁ ୧୨ ଦିନ ଭିତରେ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । କଟକ ଏସସିବିରେ ପ୍ଲାଜମା ଥେରାପି ହବ୍ । ୧୦ ଦିନ ଭିତରେ ସରକାର ଏହାର ଉଦଘାଟନ କରିବେ । ସମ, କିମ୍ସ,ଏସସିିବି, ଆଉ ଅଶ୍ୱିନୀ ହସ୍ପିଟାଲରେ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

ଆସନ୍ତା ସପ୍ତାହରୁ ୮ରୁ ୯ ହଜାରକୁ ଟେଷ୍ଟ ବୃଦ୍ଧି କରାଯିବ । ବର୍ତମାନ ୩୦ ହଜାର କୀଟ ମହଜୁଦ ଅଛି । ଆଉ ଲକ୍ଷେ କିଟ ଅର୍ଡର କରାଯାଇଛି ।ଏହି କୀଟ ପହିଂବା ପରେ ପ୍ରତି ଜିଲ୍ଲାକୁ ଟେଷ୍ଟ ପାଇଁ ପଠାଯିବ । ଅଧିକ ପଜିଟିଭ ବାହାରୁଥିବା ଜିଲ୍ଲାରେ ଅଧିକ ପରୀକ୍ଷା କରାଯିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ଏହା ସହ ଓଡିଶାରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ସେ କହିଛନ୍ତି ।