କନକ ବ୍ୟୁରୋ: ଆସନ୍ତା ୧୦ରୁ ୧୨ ଦିନ ଭିତରେ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । କଟକ ଏସସିବିରେ ପ୍ଲାଜମା ଥେରାପି ହବ୍ । ୧୦ ଦିନ ଭିତରେ ସରକାର ଏହାର ଉଦଘାଟନ କରିବେ । ସମ, କିମ୍ସ,ଏସସିିବି, ଆଉ ଅଶ୍ୱିନୀ ହସ୍ପିଟାଲରେ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।
ଆସନ୍ତା ସପ୍ତାହରୁ ୮ରୁ ୯ ହଜାରକୁ ଟେଷ୍ଟ ବୃଦ୍ଧି କରାଯିବ । ବର୍ତମାନ ୩୦ ହଜାର କୀଟ ମହଜୁଦ ଅଛି । ଆଉ ଲକ୍ଷେ କିଟ ଅର୍ଡର କରାଯାଇଛି ।ଏହି କୀଟ ପହିଂବା ପରେ ପ୍ରତି ଜିଲ୍ଲାକୁ ଟେଷ୍ଟ ପାଇଁ ପଠାଯିବ । ଅଧିକ ପଜିଟିଭ ବାହାରୁଥିବା ଜିଲ୍ଲାରେ ଅଧିକ ପରୀକ୍ଷା କରାଯିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ଏହା ସହ ଓଡିଶାରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/1-12.jpg)