ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ଦିନକୁ ହେବ ୧୦ ହଜାର ଟେଷ୍ଟିଂ: ଆରଟିପିସିଆର ୭ ହଜାର, ଆଂଟିଜେନ୍ କରାଯିବ ୩ ହଜାର 

ଆଇଏଲଏସଙ୍କ ସୂଚନା , ରାଜ୍ୟକୁ ଆସିବ ଆଉ ୨ ଲକ୍ଷ ଟେଷ୍ଟିଂ କିଟ୍ 

185

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଏବେ କରୋନା ଟେଷ୍ଟ ହେବ ୧୦ ହଜାର । ଆରଟିପିସିଆର ୭ ହଜାର ଓ ଆଂଟିଜେନ ୩ ହଜାର କରାଯିବ ।  ଓଡିଶାକୁ ଆଉ ୨ ଲକ୍ଷ ଆଟିଂଜେନ କିଟ ଆସିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।  ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲାକୁ  ଅଧିକ ଫୋକସ କରାଯାଉଛି । ଏହି ଜିଲ୍ଲା ଗୁଡିକରୁ ଅଧିକ ପରିମାଣରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଆଗାମୀ ଦିନରେ ଏହି ଜିଲ୍ଲାରେ ଟେଷ୍ଟିଂ ,ଟ୍ରେସିଂ, ସର୍ଭେଲାନ୍ସକୁ ଜୋରଦାର କରାଯବ ।  ଏହି ୧୪ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇଏଲଏସ୍ ଡାକ୍ତର ଅଜୟ ପରିଡା କହିଛନ୍ତି ।

ଏପଟେ ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୮ ଦିନରେ ୩୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୯ ତାରିଖରେ  ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଜୁଲାଇ ୧୦ରେ ୪୫ ଜଣ,ଜୁଲାଇ ୧୧ରେ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୧୨ରେ ୬୪ ଜଣ ଆକ୍ରାନ୍ତ, ଜୁଲାଇ ୧୩ରେ ୧୪ ଜଣ ଆକ୍ରାନ୍ତ, ଜୁଳାଇ ୧୪ରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୧୫ରେ ୯୦ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୧୬ରେ ଖୋର୍ଦ୍ଧାରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବେଳ ଭୁବନେଶ୍ୱରରୁ ଥିଲେ ୬୦ ଜଣ ।