ସେବାୟତଙ୍କ କରୋନା ପରୀକ୍ଷା: ରଥଯାତ୍ରାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ଆସନ୍ତାକାଲିଠୁ ଆଉ ଥରେ ହେବ କୋଭିଡ ଟେଷ୍ଟ

235

କନକ ବ୍ୟୁରୋ: ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ଆସନ୍ତାକାଲିଠୁ ଆଉ ଥରେ କରାଯିବ କୋଭିଡ ଟେଷ୍ଟ । ୩ ଟି ଯାଗା ବଡ଼ଦାଣ୍ଡ ସ୍ଥିତ ହିନ୍ଦୀ ସ୍କୁଲ, ଗଦାଧର ହାଇ,ସ୍କୁଲ, ଆର୍ୟୁବୈଦିକ କଲେଜରେ ଏହି ଟେଷ୍ଟ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଦଇତାପତି ସେବାୟତ ମାନଙ୍କ ପରୀକ୍ଷା କରାଯିବ ।

ସେବାୟତମାନଙ୍କ କୋଭିଡ ଟେଷ୍ଟ କରି ସମସ୍ତ ଘୋଷଯାତ୍ରା ସଂପର୍କିତ ରିପୋର୍ଟ କୋର୍ଟରେ ଦାଖଲ ହେବ । ରଥଯାତ୍ରା ପୂର୍ବରୁ ଥରେ ସେବାୟତଙ୍କ କୋଭିଡ ଟେଷ୍ଟ ହୋଇଥିବା ବେଳେ ବାହୁଡା ଯାତ୍ରା ପୂର୍ବରୁ ଥରେ ଏବଂ ଘୋଷଯାତ୍ରା ପରେ ତୃତୀୟ ଥର ପାଇଁ ଟେଷ୍ଟ ହେବ । ୧୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଏହି ପରୀକ୍ଷା ଚାଲିବ । ଯେହେତୁ ସେବାୟତମାନେ ରଥଯାତ୍ରାରେ ନିୟୋଜିତ ଥିଲେ, ତେଣୁ ସେମାନଙ୍କ ସାହି, ପରିବାରକୁ ନଜର ରଖି ଏହି ଟେଷ୍ଟ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.