ବଣେଇ ସବଜେଲରେ କରୋନା ଆତଙ୍କ : ୪୦ ଜଣଙ୍କ ରିପୋର୍ଟ ପଜିଟିଭ, ୩୯ କଏଦୀ ଓ ଜଣେ କର୍ମଚାରୀ ଆକ୍ରାନ୍ତ; ପୁରା ଜେଲକୁ କରାଯାଉଛି ସାନିଟାଇଜ

141

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାର ବଣେଇ ସବଜେଲରେ କରୋନା ଆତଙ୍କ । ସବଜେଲରୁ ଏବେ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଅଛନ୍ତି ୩୯ ଜଣ କଏଦୀ ଏବଂ ଜଣେ ଜେଲ୍ କର୍ମଚାରୀ । ଜେଲରେ ଥିବା ୨୬୩ ଜଣ କଏଦୀଙ୍କ ମଧ୍ୟରୁ ପ୍ରାୟ ୧୧୮ ଜଣଙ୍କ ଆଂଟିଜେନ୍ ଟେଷ୍ଟ ହୋଇଥିଲା ।

ଏହା ସହିତ କିଛି କର୍ମଚାରୀଙ୍କର ମଧ୍ୟ ଆଂଟିଜେନ୍ ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୪୦ ଜଣଙ୍କ ହୋଇଛନ୍ତି କରୋନା ପଜିଟିଭ୍ । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ଭିନ୍ନ କୋଠରୀରେ ରଖାଯାଇଛି । ପୁରା ସବଜେଲକୁ ସାନିଟାଇଜ୍ କରାଯାଇଛି ।