କନକ ବ୍ୟୁରୋ: ଚୀନରେ ଡେଲ୍ଟା ଆତଙ୍କ । କରୋନା ଭୂତାଣୁକୁ ନେଇ ଏବେ ଚୀନରେ ପୁଣିଥରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ ଚୀନର ଉତ୍ତର-ପୂର୍ବ ରାଜ୍ୟରେ ବ୍ୟାପିବାରେ ଲାଗିଛି । ବିଶେଷ କରି ମଙ୍ଗୋଲିଆରେ ସଂକ୍ରମଣ ଦ୍ରୁତ ବେଗରେ ବଢୁଥିବା ଦେଖିବାକୁ ମିଳିଛି । ଫଳରେ ପ୍ରଶାସନ ପକ୍ଷରୁ ଲକଡାଉନ୍ କଟକଣାକୁ ପୁଣିଥରେ ଜାରି କରାଯାଇଛି ।
ଚୀନର ମଙ୍ଗୋଲିଆରେ କରୋନାର ଡେଲଟା ଭୂତାଣୁ ପ୍ରକୋପ ଦେଖିବାକୁ ମିଳୁଛି । ଯାହାକୁ ନେଇ ସମ୍ପୂର୍ଣ୍ଣ ମଙ୍ଗୋଲିଆକୁ ବନ୍ଦ କରାଯାଇଛି । କେବଳ ମଙ୍ଗୋଲିଆ ନୁହେଁ ଉତ୍ତର-ପୂର୍ବ ଚୀନର ଏକାଧିକ ପ୍ରୋଭିନ୍ସରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ଫଳରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।
- ମଙ୍ଗୋଲିଆର ଇଜିନରେ ଲକଡାଉନ୍ କରାଯାଇଛି
- ସୋମବାର ଠାରୁ ୩୫,୭୦୦ ବାସିନ୍ଦାଙ୍କୁ ଘରେ ରହିବାକୁ କୁହାଯାଇଛି
- ଲକଡାଉନ୍ କଟକଣାକୁ ବଳବତ୍ତର କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି
- ଉତ୍ତର-ପୂର୍ବ ଚୀନର ବିଭିନ୍ନ ସ୍ଥାନରେ କୋଭିଟ୍ ପରୀକ୍ଷଣ ବୁଥ ଖୋଲାଯାଇଛି
- ସପିଂମଲ, ସିନେମା ଥିଏଟର, ମ୍ୟୁଜିଅମ୍, ବାର ଆଦିକୁ ବନ୍ଦ କରାଯାଇଛି
- କିଣ୍ଡରଗାର୍ଡେନ ଏବଂ ମିଡିଲ ସ୍କୁଲକୁ ବନ୍ଦ କରାଯାଇଛି
- ଯାତ୍ରାକାଳୀନ କଟକଣା ଲାଗୁ ହୋଇଛି
- ଦୂର ଯାତ୍ରା କରୁଥିବା ବସ୍ଏବଂ ଅନ୍ୟ ସହରକୁ ଯାଉଥିବା ବସ୍ ଯାତ୍ରାକୁ ରଦ୍ଦ କରାଯାଇଛି
ସେପଟେ ରାଜଧାନୀ ବେଜିଂରେ ମଧ୍ୟ ଡେଲଟା ଭୂତାଣୁରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଚିନ୍ତା ବଢିଯାଇଛି । ଜାତୀୟ ସ୍ୱାସ୍ଥ୍ୟ ବିଭାଗ ସାମ୍ବାଦିକ ସମ୍ମିଳନୀ କରି କୋଭିଡ୍ କଟକଣା ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି । ଏହାସହ ବେଜିଂରୁ ଉତ୍ତର ପୂର୍ବରୁ ରାଜ୍ୟ ଗୁଡିକୁ ବିମାନ ଚଳାଚଳ ବନ୍ଦ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/thumbs_b_c_1c6409cc189f816f9e979b3c6dc3df9f.jpg)