ଏକାଠି ହୋଇ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ । ଭେଦଭାବ କିମ୍ବା ରୋଶ ନରଖି, ମାନବିକତା ଦେଖାଇବା ପାଇଁ କହିଲେ, ସୁବ୍ରତ୍ ବାଗଚୀ

କୌଣସି ବି ସ୍ଥାନରେ ଏକାଠି ହେବେନାହିଁ ୭ ଜଣରୁ ଅଧିକ ବ୍ୟକ୍ତି: ନିର୍ଦ୍ଦେଶନାମା ଜାରି କଲେ ଓଡିଶା ସରକାର; ବନ୍ଦ ରହିବ କଫି ସପ, ରେଷ୍ଟୁରାଣ୍ଟ ଏବଂ ବାର

କନକ ବ୍ୟୁରୋ : କରୋନାକୁ ଚାରିଆଡେ ସତର୍କତାକୁ ପ୍ରଧାନ୍ୟ ଦିଆଯାଉଥିବା ବେଳେ ଏଭଳି ଏକ ମୁହୁର୍ତରେ ମଣିଷ ପଣିଆକୁ ବଜାର ରଖିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କାରଣ ଗତକାଲି ଓଡ଼ିଶାରେ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା ଆମ ସମସ୍ତଙ୍କୁ ବିଚଳିତ କରିଦେବ । ଆଇସୋଲେସନ୍ ବା ସଂଗରୋଧ ଥିବା ଜଣେ କରୋନା ସନ୍ଦିଗ୍ଧ ଯୁବକକୁ ଗାଁକୁ ପ୍ରବେଶ କରିନଦେବା ପାଇଁ ଗାଁର ଲୋକେ ଚାପ ପକାଉଥିବା ଭଳି ଘଟଣା ସାମ୍ନାକୁ ଆସିଛି ।

ସେହିପରି ଆଉ କିଛି ସ୍ଥାନରେ ବିଦେଶୀ ପର୍ଯ୍ୟଟକଙ୍କୁ ଦୁର୍ବବ୍ୟହାର କରିବାର ଘଟଣା ଘଟିଛି । ଏହି ଦୁଇ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର କହିଛନ୍ତି- ଏଭଳି ଅସାମାଜିକ ଏବଂ ଅମଣିଷ ପଣିଆକୁ ବରଦାସ୍ତ କରିବେ ନାହିଁ ରାଜ୍ୟ ସରକାର । ଏମିତି କି ଏଭଳି କୌଣସି ରୋକିବାକୁ ଆବଶ୍ୟକ ପଡ଼ିଲେ କୋଠର କାର୍ଯ୍ୟାନୁଷ୍ଟାନ ନେବେ ରାଜ୍ୟ ସରକାର ବୋଲି ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe