କନକ ବ୍ୟୁରୋ : କରୋନାକୁ ଚାରିଆଡେ ସତର୍କତାକୁ ପ୍ରଧାନ୍ୟ ଦିଆଯାଉଥିବା ବେଳେ ଏଭଳି ଏକ ମୁହୁର୍ତରେ ମଣିଷ ପଣିଆକୁ ବଜାର ରଖିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କାରଣ ଗତକାଲି ଓଡ଼ିଶାରେ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା ଆମ ସମସ୍ତଙ୍କୁ ବିଚଳିତ କରିଦେବ । ଆଇସୋଲେସନ୍ ବା ସଂଗରୋଧ ଥିବା ଜଣେ କରୋନା ସନ୍ଦିଗ୍ଧ ଯୁବକକୁ ଗାଁକୁ ପ୍ରବେଶ କରିନଦେବା ପାଇଁ ଗାଁର ଲୋକେ ଚାପ ପକାଉଥିବା ଭଳି ଘଟଣା ସାମ୍ନାକୁ ଆସିଛି ।
ସେହିପରି ଆଉ କିଛି ସ୍ଥାନରେ ବିଦେଶୀ ପର୍ଯ୍ୟଟକଙ୍କୁ ଦୁର୍ବବ୍ୟହାର କରିବାର ଘଟଣା ଘଟିଛି । ଏହି ଦୁଇ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର କହିଛନ୍ତି- ଏଭଳି ଅସାମାଜିକ ଏବଂ ଅମଣିଷ ପଣିଆକୁ ବରଦାସ୍ତ କରିବେ ନାହିଁ ରାଜ୍ୟ ସରକାର । ଏମିତି କି ଏଭଳି କୌଣସି ରୋକିବାକୁ ଆବଶ୍ୟକ ପଡ଼ିଲେ କୋଠର କାର୍ଯ୍ୟାନୁଷ୍ଟାନ ନେବେ ରାଜ୍ୟ ସରକାର ବୋଲି ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/Screen-Shot-2020-03-20-at-3.06.02-PM.png)