ଦେଶରେ ୪ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ । ୩,୬୪୫ ଜଣଙ୍କର ମୃତ୍ୟୁ

122

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୭୯ ହଜାର ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪ ରେ ପହଂଚିଛି । ଅନ୍ୟପଟେ ଗତ ୨୪ ଘଂଟାରେ କରୋନା ଜନିତ ସଂକ୍ରମଣରେ ୩,୬୪୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪ ହଜାର ୮୩୨ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଗତ ୨୪ ଘଂଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୨ ଳକ୍ଷ ୬୯ ହଜାର ୫୦୭ ଜଣ । ମୋଟ ସୁସ୍ଥକଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୮୬ ହଜାର ୮୭୮ ହୋଇଥିବା ବେଳେ ୩୦ ଲକ୍ଷ ୮୪ ହଜାର ୮୧୪ ଆକ୍ଟିଭ କେସ ରହିଛି । ଅନ୍ୟପଟେ କରୋନା ବିରୋଧ ଲଢେଇରେ ଚାଲିଥିବା ଟିକାକରଣ ଅଭିଯାନରେ ଗତକାଲି ସୁଦ୍ଧା ୧୫ କୋଟି ୨୦ ହଜାର ୬୪୮ ଜଣଙ୍କୁ ଟିକା ଦିଆଯାଇଛି ।