କୁମ୍ଭମେଳାରେ କରୋନା । ୫ ଦିନରେ ୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ, କଟକଣା କଡାକଡି କରିବାକୁ ସରକାରଙ୍କ ନିର୍ଦ୍ଦେଶ ।

131

କନକ ବ୍ୟୁରୋ : ଦିଲ୍ଲୀରେ ଗତବର୍ଷ ତବଲିଗି ଜମାତ ସମ୍ମିଳନୀ ପରେ ଦେଶରେ ଅଚାନକ ସଂକ୍ରମଣ ବୃଦ୍ଧି ପାଇଥିଲା। ଏହି ସମ୍ମିଳନୀକୁ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କରାଯାଇଥିଲା। ‌ଏବେ କୁମ୍ଭମେଳାକୁ ନେଇ ମଧ୍ୟ ଏଭଳି ଆଶଙ୍କା ଦେଖାଦେଇଛି। ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାରେ କରୋନାର ବିସ୍ଫୋରକ ରୂପ ଦେଖିବାକୁ ମିଳିଛି। ଗତ ୫ ଦିନରେ ଏଠାରେ ୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଗା୍ଇଡଲାଇନ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି। ମେଳାରେ କୋଭିଡ୍‌ ନେଗେଟିଭ୍‌ ସାଟିଫିକେଟ ଏବଂ ମାସ୍କ ବାଧ୍ୟତାମୂଳକ କରାଯାଇଛି। ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍‌ ସଂଖ୍ୟା ବଢ଼ାଇ ଦିଆଯାଇଛି। କ‌ରୋନା ନିୟମାବଳୀ ଭଙ୍ଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ଘୋଷଣା ହୋଇଛି।

ଉତ୍ତରାଖଣ୍ଡ ସରକାର ଗୋଟିଏ ପଟେ କହୁଛନ୍ତି କରୋନା ନିୟମାବଳୀ ମଧ୍ୟରେ କୁମ୍ଭମେଳା ହେଉଛି। କିନ୍ତୁ ବାସ୍ତବ ସ୍ଥିତି ଅଲଗା ରହିଛି। ହରିଦ୍ବାରରେ ଶ୍ରଦ୍ଧାଳୁଙ୍କ ବେପରୁଆ କାର୍ଯ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ମାସ୍କ ନାହିଁ, ଥର୍ମାଲ୍‌ ସ୍କ୍ରିନିଂ ନାହିଁ କି ସାମାଜିକ ଦୂରତ୍ବ ମଧ୍ୟ ନାହିଁ। ସରକାର ଏଥିପ୍ରତି ସମ୍ପୂର୍ଣ୍ଣ ରୂ‌େପ ଆଖି ବୁଜି ଦେଇଥିବାକରୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି। ଦ୍ବିତୀୟ ଲହରରେ ସଂକ୍ରମଣ ବଢ଼ି ଚାଲିଥିବାବେଳେ ହରିଦ୍ୱାର କୁମ୍ଭମେଳା ଏବେ ଉଦ୍‌ବେଗକର କାରଣ ହୋଇଛି। ହରିଦ୍ୱାରରେ ସଂକ୍ରମଣ ବଢ଼ୁଛି। ହରିଦ୍ୱାର ମୁଖ୍ୟ ମେଡିକାଲ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ରବିବାର ହରିଦ୍ୱାରରେ ୩୦୦ ସଂକ୍ରମଣ ମାମଲା ଥିଲା। କିନ୍ତୁ ଏହା ପରଦିନ ୩୪୯ ପଜିଟିଭ୍‌ ମାମଲା ରହିଛି। ଏପ୍ରିଲ ୧ରେ କୁମ୍ଭମେଳା ଆରମ୍ଭ ହେବାଠାରୁ ହରିଦ୍ୱାରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ସୂଚନା‌େଯାଗ୍ୟ ଯେ ହରିଦ୍ୱାରରେ କୁମ୍ଭମେଳାକୁ ଆଜି ୧୩ ଦିନ। ମେଳାରେ ଦ୍ବିତୀୟ ଶାହିସ୍ନାନରେ ୩୧ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ।