ହାଭାର୍ଡ ମେଡିକାଲ ସ୍କୁଲର ବଡ ଖୁଲାସା, ସାଟେଲାଇଟରେ ଧରାପଡିଲା ଚୀନର କରୋନା ସତ । ଗତବର୍ଷ ଅଗଷ୍ଟରୁ ଉହାନରେ ଆରମ୍ଭ ହୋଇଥିଲା ସଂକ୍ରମଣ, ୪ମାସ ଧରି ଲୁଚାଇଥିଲା ସଂକ୍ରମଣର ସତ ।

1,187

କନକ ବ୍ୟୁରୋ : ଚୀନରେ କେବେ ଆସିଥିଲା କରୋନା ? ସଂକ୍ରମଣ କେମିତି ବ୍ୟାପିଥିଲା ? ଭୂତାଣୁ ମନୁଷ୍ୟକୃତ କି ? କରୋନା ଭୂତାଣୁର ଭୟାବହତା ଭିତରେ ସାରା ବିଶ୍ୱରେ ଏଭଳି ପ୍ରଶ୍ନ ଉଠୁଥିବା ବେଳେ ଆମେରିକାର ପ୍ରସିଦ୍ଧ ହାଭାର୍ଡ ମେଡିକାଲ ସ୍କୁଲ ଚାଞ୍ଚଲ୍ୟକର ତଥ୍ୟ ଦେଇଛି । ଏହାର ରିପୋର୍ଟ ଅନୁସାରେ, ୨୦୧୯ ଅଗଷ୍ଟରୁ ଚୀନରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା ।

କରୋନାକୁ ନେଇ ସାରା ବିଶ୍ୱ ଚୀନକୁ ସନ୍ଦେହ ଦୃଷ୍ଟିରେ ଦେଖୁଛି । ଏପରିକି କରୋନା ତଥ୍ୟ ଲୁଚାଇଥିବା ଅଭିଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ କାଠଗଡାକୁ ଟଣାଯାଇଛି । ଆଉ ଠିକ୍ ଏହି ସମୟରେ ଲଣ୍ଡନର ହାଭାର୍ଡ ମେଡିକାଲ ସ୍କୁଲ ଚୀନରେ କେବେଠୁ କରୋନା ସଂକ୍ରମଣ ଆରମ୍ଭ ହେଲା ସେନେଇ ଏକ ରିପୋର୍ଟ ଜାରି କରିଛି । ୨୦୧୯ ଅଗଷ୍ଟରୁ ଚୀନରେ କରୋନା ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଥିଲା । ଆମେରିକାର ହାଭାର୍ଡ ମେଡିକାଲ ସ୍କୁଲ ଗବେଷଣା ଆଧାରରେ ଏପରି ରିପୋର୍ଟ ଜାରି କରିଛି । କରୋନାର ଉତ୍ପତିସ୍ଥଳ ବୁହାନ ସହରର ସାଟେଲାଇଟ ଇମେଜ, ମେଡିକାଲ ପରିସରର ପାର୍କିଂ ଫଟୋ ଓ ସର୍ଚ୍ଚ ଇଂଜିନର ହିଷ୍ଟ୍ରୀ ଡାଟା ଆଧାରରେ ଏହି ରିପୋର୍ଟ ଜାରି କରିଛି ହାଭାର୍ଡ । ଅଗଷ୍ଟରେ ବୁହାନ ସହରର ଲୋକେ କରୋନା ଲକ୍ଷଣ ସଂପର୍କିତ କଫ, ଡାଇରିଆ ସଂପର୍କିତ ଅଧିକ ତଥ୍ୟ ଖୋଜିଛନ୍ତି ଇଂଟରନେଟରେ । ଏହାଛଡା ଅଚାନକ ବୁହାନ ସହରର ହସ୍ପିଟାଲ ପାର୍କିଂରେ ଗହଳି ହେବା ସାଟେଲାଇଟ ଇମେଜ ମିଳିଛି । ତେଣୁ ଚୀନରେ ଅଗଷ୍ଟରୁ କରୋନା ବ୍ୟାପିବା ଆରମ୍ଭ କରିଥିଲା ବୋଲି ହାଭାର୍ଡ ପକ୍ଷରୁ କୁହାଯାଇଛି ।

ଡିସେମ୍ବର ୨୦୧୯ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ପୂର୍ବରୁ କହି ଆସୁଛି ଚୀନ । ତେବେ ଚୀନ କରୋନା ତଥ୍ୟ ଲୁଚାଇଥିବା ନେଇ ବିଶ୍ୱର ଅନ୍ୟରାଷ୍ଟ୍ର ସନ୍ଦେହ କରୁଥିବା ବେଳେ ହାଭାର୍ଡର ଏହି ରିପୋର୍ଟ ସନ୍ଦେହକୁ ଆହୁରି ଦୃଢ କରିଛି । ହାଭାର୍ଡ ମେଡିକାଲ ସ୍କୁଲ କହିଛି, ଦକ୍ଷିଣ ଚୀନରେ ସ୍ୱାଭାବିକ ଭାବେ କରୋନା ଭୁତାଣୁ ଉତ୍ପନ ହେବା ସହ ଉହାନ ସହରରେ ଘୁରି ବୁଲି ଲୋକଙ୍କୁ ସଂକ୍ରମିତ କରିଥିଲା । ସେପଟେ ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଆଙ୍ଗ ହାଭାର୍ଡର ଅଗଷ୍ଟରୁ କରୋନା ସଂକ୍ରମଣ ରିପୋର୍ଟକୁ ଖଣ୍ଡନ କରିଛନ୍ତି । କହିଛନ୍ତି ଏହା ହାସ୍ୟସ୍ପଦ, ଟ୍ରା୍ଫିକ ଭିଡ ଆଧାରରେ ଭୁତାଣୁ ସଂକ୍ରମଣ ନିଷ୍କର୍ସରେ ପହଂଚିଯିବା ଅମୂଳକ ଓ ଭିତିହୀନ ।

Comments are closed.