କନକ ବ୍ୟୁରୋ : ଇଟାଲିରେ ଏବେ କରୋନା ତାଣ୍ଡବ ଜାରି ରହିଛି । ଗତକାଲି ଗୋଟିଏ ଦିନରେ ଇଟାଲିରେ କରୋନା ନେଇଛି ୪୭୫ ଜୀବନ । ଯାହାକି ବର୍ତମାନ ସୁଦ୍ଧା ବିଶ୍ୱର କୌଣସି ଦେଶରେ ଦିନକରେ ସର୍ବାଧିକ ମୃତ୍ୟୁ ବୋଲି କୁହାଯାଉଛି । ସେହିପରି ଏହା ମଧ୍ୟରେ ଇଟାଲିରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୨ ହଜାର ଟପି ଯାଇଛି । ଚୀନ ପରେ ଇଟାଲିରେ ହିଁ ସବୁଠାରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଲାଣି ।
ଇଟାଲିରେ କରୋନା ଭୂତାଣୁରେ ୨ ହଜାର ୫ ଶହ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ୟୁରୋପୀୟ ଦେଶ ଇଟାଲି ପରେ ଇରାନ୍ ରେ କରୋନା ଭୂତାଣୁ ତାର କେନ୍ଦ୍ର ସ୍ଥଳ କରିଛି । ଇରାନରେ କରୋନା ନେଲାଣି ୧୧ ଶହରୁ ଅଧିକ ଜୀବନ । ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୨ ଶହ ୫୦କୁ ଛୁଇଁ ଗଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/coronavirus2-1-750x430.jpg)