ଚୀନକୁ କଲବଲ କରୁଛି କରୋନା । ସେପଟେ କରୋନାକୁ ନେଇ ସ୍ୱାସ୍ଥ୍ୟ ସଂକଟ ଘୋଷଣା କଲା ଚୀନ

ବିଶ୍ୱର ୧୭୦ ଦେଶକୁ ବ୍ୟାପିଲାଣି କରୋନା । ୨ ଲକ୍ଷ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : ଚୀନ୍‌ରେ ଭୟଙ୍କର ରୂପ ନେଇଥିବା କରୋନା ଭାଇରସ୍‌ର ମୁକାବିଲା ପାଇଁ ସରକାର ସବୁ ପ୍ରୟାସ ଜାରି ରଖିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪୪୨ରେ ପହଞ୍ଚିଛି। ଚୀନ୍‌ରେ କେବଳ ହୁୱେଇ ପ୍ରଦେଶରେ ୨୩୪୬ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି । ଏବେ ହୁୱେଇରେ ପ୍ରାୟ ୬୫ ହଜାର ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ଏବଂ ଲକ୍ଷାଧିକ ସନ୍ଦିଗ୍ଧଙ୍କୁ ଯାଞ୍ଚ ବ୍ୟବସ୍ଥାରେ ରଖାଯାଇଛି। କରୋନା ମୁକାବିଲା ପାଇଁ ଚୀନ୍‌ର କମ୍ୟୁନିଷ୍ଟ ସରକାର ଦେଶରେ ସବୁଠାରୁ ବଡ଼ ଏବଂ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି। ଚୀନ୍‌ର ପ୍ରତ୍ୟେକ ଅଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ହୁୱେଇ ପ୍ରଦେଶର ୧୫ ହଜାରରୁ ଅଧିକ ଆକ୍ରାନ୍ତ ‌ଠିକ୍‌ ହୋଇ ଫେରିଥିବାରୁ ଭାଇରସ୍‌ ନିୟନ୍ତ୍ରଣ ହୋଇପାରିବା ଆଶା ବଳବତ୍ତର ହୋଇଛି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ କରୋନା ମୁକାବିଲା ପାଇଁ ସବୁ ସ୍ତରରେ ଲୋକେ ଏକଜୁଟ୍‌ ହେବାକୁ ଆହ୍ବାନ ଦେବା ସହ ଏ ଦିଗରେ ବିଶ୍ବ ସମୁଦାୟର ସହାୟତା ଲୋଡ଼ିଛନ୍ତି।

ଚୀନ୍‌ରେ କରୋନା ଯେଭଳି ଭୟାନକ ସ୍ଥିତି ସୃଷ୍ଟି କରିଛି ସେଥରୁ ସରକାର ଶିକ୍ଷା ଗ୍ରହଣ କରିଛନ୍ତି। ଏହି ରୋଗର ସଫଳ ମୁକାବିଲା ପାଇଁ ଯେଉଁ ପ୍ରୟାସ ଚାଲିଛି ତାହାର ସୁଫଳ ମିଳୁଛି ବୋଲି ଜିନ୍‌ପିଙ୍ଗ୍‌ କହିଛନ୍ତି। ଏହି ଭାଇରସ ଯେଭଳି ଭାବେ ଲୋକଙ୍କୁ ସଂକ୍ରମିତ କରୁଛି ତାହାର ତୁରନ୍ତ ଚିକିତ୍ସା ସମ୍ଭବ ହୋଇପାରୁନଥିବାରୁ ସମସ୍ୟା ଅତି ଜଟିଳ ହୋଇଛି ବୋଲି ଜିନ୍‌ପିଙ୍ଗ୍‌ ସ୍ବୀକାର କରିଛନ୍ତି। ଇଟାଲିରେ ମଧ୍ୟ କରୋନା ପ୍ରକୋଟ ବଢ଼ି ଚାଲିଥିବାରୁ ସେଠାରେ ୧୨ଟି ସହରକୁ କଠୋର କଟକଣା ମଧ୍ୟରେ ରଖାଯାଇଛି। ଦୁଇ ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତମାନଙ୍କୁ ଖୋଜି ଖୋଜି ଠାବ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe