ବିଶ୍ୱରେ ଦେଢ଼ କୋଟି ଟପିଲା ସଂକ୍ରମଣ : ଆମେରିକାରେ ଦିନକରେ ୧ ହଜାର ମୃତ୍ୟୁ

Advertisment
ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ : ସପ୍ତାହରେ ଦେଢଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ବିଶ୍ୱରେ କରୋନା ସଂକ୍ରମଣ ମାମଲା ଦେଢ଼ କୋଟି ଟପିଯାଇଛି। ମୋଟ୍‌ ସଂକ୍ରମଣ ମାମଲା ୧ କୋଟି ୫୧ ଲକ୍ଷ ୫୪ ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୬ ଲକ୍ଷ ୨୧ ହଜାର ଟପିଯାଇଛି। ଆମେରିକାରେ ସଂକ୍ରମଣ ମାମଲା ୪୦ ଲକ୍ଷ ୩୧ ହଜାର ଅତିକ୍ରମ କରିଛି ଏବଂ ମୃତ୍ୟୁସଂଖ୍ୟା‌ ମଧ୍ୟ ୧ ଲକ୍ଷ ୪୫ ହଜାରରେ ପହଞ୍ଚିଛି। ଗତକାଲି ଆମେରିକାରେ ପୁଣି ୧ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଜୁଲାଇରେ ଦ୍ୱିତୀୟ ଥର ପାଇଁ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୧ ହଜାର ଟପିଛି। ଆମେରିକାରେ ସ୍ଥିତି ଆଗକୁ ଅତି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ମତ ଦେଇ ସାରିଛନ୍ତି। ତେବେ ବାସ୍ତବ ମାମଲାଠାରୁ ଆମେରିକାରେ ସଂକ୍ରମଣ ମାମଲା ୧୦ ଗୁଣ ଅଧିକ ରହିଛି ବୋଲି କୁହାାଯାଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ କହିଛନ୍ତି ଯେ, ଆମେରିକାରେ କରୋନା ସ୍ଥିତି ଭଲ ହେବା ପୂର୍ବରୁ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯିବ। ଆମେରିକା ପରେ ବ୍ରାଜିଲ୍‌‌ରେ ମୋଟ୍‌ ସଂକ୍ରମଣ ମାମଲା ୨୧ ଲକ୍ଷ ୬୭ ହଜାର ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୮୧ ହଜାର ଟପିଛି। ତେବେ ଆମେରିକା, ବ୍ରାଜିଲ୍‌ ଏବଂ ଭାରତରେ ସଂକ୍ରମଣ ମାମଲା ଲଗାତାର ବଢ଼ିଚାଲିଛି। ବିଶ୍ୱରେ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ରଭାବେ ଆମେରିକା‌ ପ୍ରଥମେ ଥିବାବେଳେ ‌ଆମେରିକା ପଛକୁ ବ୍ରାଜିଲ୍‌ ଏବଂ ବ୍ରାଜିଲ୍‌ ପଛକୁ ଭାରତ ରହିଛି। ବିଶ୍ୱରେ ଗୋଟିଏ ଦିନରେ ୨ ଲକ୍ଷ ୩୯ ହଜାର ସଂକ୍ରମଣ ମାମଲା ଥିଲା। ତେବେ ମୋଟ୍‌ ସଂକ୍ରମଣ ମାମଲାର ମାତ୍ର ୧ ପ୍ରତିଶତ ‌ରୋଗୀ ତଥା ୬୩ ହଜାର ୬୩୨ ଜଣ ଗୁରୁତର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe