ଅନ୍ୟ ରାଜ୍ୟରେ ଏବଂ ଦେଶରେ କରୋନା ବଢୁଛି । ଏବେଠୁ ସତର୍କ ରହିବାକୁ ପଡିବ : ଡିଏମଇଟି

ଅନ୍ୟ ରାଜ୍ୟରେ ଏବଂ ଦେଶରେ କରୋନା ବଢୁଛି । ଏବେଠୁ ସତର୍କ ରହିବାକୁ ପଡିବ : ଡିଏମଇଟି

ଦେଶରେ ଏବେ କରୋନା ସଂକ୍ରମଣ ସେତେ ଅଧିକ ନଥିଲେ ବି କିଛି କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖାଯାଉଛିି। ଏହାକୁ ଆଖି ଆଗରେ ରଖି ଆଜି ଓଡ଼ିଶାର ସ୍ଥିତି କିଭଳି ରହିଛି, ସେନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଓଡ଼ିଶାରେ ଏବେ ସଂକ୍ରମଣ ସ୍ଥିର ଥିବା ବେଳେ ଏହାକୁ କମ କରିବା ପାଇଁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ବୋଲି ସିବିକେ ମହାନ୍ତି କହିଛନ୍ତି।

ତାଙ୍କ କହିବା ମୁତାବକ, ଗଲା ୭ ଦିନ ଭିତରେ ରାଜ୍ୟରେ ସଂକ୍ରମଣ ୪୦୦ରୁ ୬୦୦ଭିତରେ ରହୁଛି। ଦେଶରେ ସଂକ୍ରମଣ ବଢିବାର ମୁଖ୍ୟତଃ ଦୁଇଟି କାରଣ ହୋଇପାରେ। ଗୋଟେ ହେଲା ଲୋକମାନେ କିପରି ନିୟମ ମାନୁଛନ୍ତି ଓ ଆଉ ଗୋଟେ ହେଲା ଭୂତାଣୁର ଗୁଣସୂତ୍ର ପରିବର୍ତ୍ତନ ହେବା। ତେବେ ବିଶ୍ବର କିଛି ଦେଶରେ ସଂକ୍ରମଣ ବଢିଥିଲେ ବି ଓଡ଼ିଶାରେରେ ସଂକ୍ରମଣ ସ୍ଥିର ରହିଛି। ଯେ ପର୍ଯ୍ୟନ୍ତ କରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି ସେ ପର୍ଯ୍ୟନ୍ତ କଡ଼ାକଡ଼ି ନିୟମ ପାଳନ କରିବାକୁ ପଡିବ। ଅନ୍ୟ ରାଜ୍ୟକୁ ଯାତ୍ରା କରିବା ପାଇଁ ଯେହେତୁ ସେତେଟା କଟକଣା ନାହିଁ, ତେଣୁ ଏ ଦିଗ ଉପରେ ମଧ୍ୟ ଲୋକଙ୍କୁ ଧ୍ୟାନ ଦେବାକୁ ପଡିବ। ଯେହେତୁ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି ତେଣୁ ଓଡ଼ିଶାରେ ସର୍ଭିଲାନ୍ସକୁ ଆହୁରି ଅଧିକ କରିବାକୁ ପଡିବ। ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟମେଣ୍ଟ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆମେ ସବୁ କ୍ଷେତ୍ର ପାଇଁ ପ୍ରସ୍ତୁତ ଅଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe