କରୋନା ମୁକ୍ତ ହେବ କନ୍ଧମାଳ । ପ୍ରଶାସନର ନିର୍ଦ୍ଦେଶ ପରେ ପ୍ରତି ଘରେ କରାଯାଉଛି ଆଂଟିଜେନ ଟେଷ୍ଟ୍

162

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଫୁଲବାଣୀ ସହରରେ ପ୍ରତି ସାହିର ଘରକୁ ଘର ବୁଲି ଆଂଟିଜେନ ପରୀକ୍ଷା କରାଯାଉଛି । ଫୁଲବାଣୀ ପୌରପରିଷଦର ୧୨ଟି ୱାଡ଼ ପାଇଁ ୭ଟି ଟିମ୍ କରାଯାଇଛି ।

ପ୍ରତି ଘରକୁ ଯାଇ ୧୦ବର୍ଷରୁ କମ ଛୋଟ ପିଲାମାନଙ୍କୁ ଛାଡି ପରିବାରର ଅନ୍ୟ ସମସ୍ତଙ୍କର ପରୀକ୍ଷା କରାଯିବ । ପରୀକ୍ଷା ପରେ ଯାହାର ପଜିଟିଭ ଆସିବ ତାଙ୍କୁ କୋଭିଡ଼ କୀଟ ପ୍ରଦାନ କରି ୧୪ ଦିନ ହୋମ ଆଇସୋଲେସନରେ ରହିବାକୁ କୁହାଯାଉଛି ।