ବିଶ୍ୱରେ ମହାମାରୀ ପରି ମାଡି ଚାଲିଛି କରୋନା । ଚୀନ ପରେ ଇରାନ ଓ ଆମେରିକାରେ ସ୍ଥିତି ଗୁରୁତର, ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି ଜାରି
କନକ ବ୍ୟୁରୋ : ଦିନକୁ ଦିନ କରୋନା ଭୂତାଣୁ ଭାରତରେ ତାର କାୟା ବିସ୍ତାର କରି ଚାଲିଛି । କେରଳରେ ଗୋଟିଏ ପରିବାରର ୫ ଜଣଙ୍କ ସାମ୍ପଲ ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି । ଏହା ସହିତ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୪୦ କୁ ବୃଦ୍ଧି ହୋଇଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି ନୂଆ କରି ଆକ୍ରାନ୍ତ ହୋଇଥିବା ୫ ଜଣଙ୍କୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିିକିତ୍ସା କରାଯାଉଛି । ଏହି ୫ ଜଣଙ୍କ ସହିତ କେଉଁ କେଉଁ ଲୋକଙ୍କ ସହିତ ସମ୍ପର୍କରେ ଆସିଥିଲେ ଏବେ ସେମାନଙ୍କୁ ନେଇ ଛାନଭିନ୍ ଆରମ୍ଭ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତରେ ଥିବା ୪୦ ଆକ୍ରାନ୍ତଙ୍କ ମଧ୍ୟରୁ ଶେଷ ଖବର ସୁଦ୍ଧା କେରଳରେ ୫ ଜଣ, ତାମିଲନାଡୁରେ ୨ , ଆଗ୍ରାରେ ୬ ଜଣ, ଦିଲ୍ଲୀରେ ୩ ଜଣ , ନୋଏଡା, ଗାଜିଆବାଦ ଓ ତେଲେଙ୍ଗାନା ରେ ଗୋଟିଏ କରୋନା ରୋଗୀଙ୍କ ଚିକିତ୍ସା କରୋନା ଆଇସୋଲେସନ ୱାର୍ଡରେ ଚାଲିଛି । ଯେଉଁମାନେ୍ ୬ ସପ୍ତାହ ଭିତରେ ବିଦେଶରୁ ଆସିଥିବେ ସେମାନେ ସରକାରଙ୍କୁ ନଜଣାଇଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସେପଟେ ମୋଟ୍ ଉପରେ ବିଶ୍ୱରେ କରୋନା ଭୂତାଣୁ ୯୨ ଟି ଦେଶକୁ ବ୍ୟାପି ସାରିଲାଣି । କରୋନା ଭୂତଣୁ ସଂକ୍ରମଣରେ ବର୍ତମାନ ସୁଦ୍ଧା ବିଶ୍ୱରେ ୩ ହଜାର ୬ ଶହ ଜଣଙ୍କ ଜୀବନ ଗଲାଣି । ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୫ ହଜାର ଟପିଛି ।