ସାବଧାନ ! ଶୀତରେ ଆସିପାରେ ସେକେଣ୍ଡ ୱେଭ୍ ? ସଂଯମ ନହେଲେ ବଢିପାରେ କରୋନା ।

674

କନକ ବ୍ୟୁରୋ: ଶୀତରେ ବଢିପାରେ କରୋନା । ଅଧିକ ଶୀତ ହେଲେ ପୁଣି ଲେଉଟି ପାରେ କରୋନା ଲହଡି । ୨ୟ ଦଫା କରୋନା ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା କରୁଥିବା ବେଳେ ଆଜି ପୁଣି ସତର୍କ କରାଇଛନ୍ତି ଡାକ୍ତର । ସାବଧାନ ନହେଲେ ପୁଣି ହୋଇପାରେ କରୋନା । ଶୀତଦିନେ ପ୍ରଦୂଷଣ ବଢୁଥିବାରୁ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଦିଏ ଯାହା କରୋନା ହେବାରୁ ମଧ୍ୟ ରୋକାଯାଇ ନପାରେ ।

ତେଣୁ ଶୀତ ସରିବା ଯାଏଁ ସତର୍କତାର ସହ ରହିଲେ ଆମକୁ କରୋନା ଛୁଇଁ ନପାରେ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ନିରୋଜ ମିଶ୍ର ।
ତେବେ କରୋନା ପରବର୍ତ୍ତୀ ସତର୍କତା ଉପରେ ଗୁରୁତ୍ୱ ଦେଇଛନ୍ତି ଡାକ୍ତର ମିଶ୍ର । ମେଦ ବହୁଳତା, ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପ୍ରତି ଅଧିକ ବିପଦ ରହିଛି । ସଂକ୍ରମଣରୁ ସୁସ୍ଥ ହେବା ପରେ ଅନେକ ଲୋକଙ୍କର ଲକ୍ଷଣ ରହୁଛି । ସ୍ୱାଦ ଚାଲିଯାଉଛି, ଦୁର୍ବଳ ଲାଗୁଛି । ତେବେ ଟିକେ ଖାମଖିଆଲି ହେଲେ ପାଶ୍ଚାତ ଦେଶ ପରି ଆମର ବି ଆସିପାରେ ୨ୟ ୱେଭ ।