ମହାରାଷ୍ଟ୍ରରେ କରୋନା ସଙ୍କଟ । ୨୪ ଘଂଟାରେ  ପାଖାପାଖି ୯ ହଜାର ମାମଲା, ୮୦ ମୃତ । ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ 

146

କନକ ବ୍ୟୁରୋ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ପୁଣି ଥରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ମଙ୍ଗଳବାର ୬ ହଜାର ୨ ଶହ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୁଧବାରକୁ ଏହି ସଂଖ୍ୟା ଏବେ ୮ହଜାର ଟପି ଯାଇଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ୮ ହଜାର ୮୦୭ ନୂଆ ଆକ୍ରାନ୍ତ । ଅର୍ଥାତ୍ ମାତ୍ର ୨୪ ଘଂଟାରେ ରାଜ୍ୟରେ ୨୬ ଶହରୁ ଅଧିକ ବଢିଗଲା ସଂକ୍ରମଣ । ଯାହାକି ମହରାଷ୍ଟ ସରକାର ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । କେବଳ ମୁମ୍ବାଇରେ ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୧୬୭ ନୂଆ ଆକ୍ରାନ୍ତ ।  ଦେଶରେ ମୋଟ ୧ ଲକ୍ଷ ୫୧ ହଜାର ଆକ୍ରାନ୍ତ ଥିବାବେଳେ କେବଳ ମହାରାଷ୍ଟ୍ରରେ ବର୍ତମାନ ୫୯ ହଜାର ନୂଆ ଆକ୍ରାନ୍ତ ରହିଛନ୍ତି ।

ଅର୍ଥାତ୍ ମାତ୍ର ୨୪ ଘଂଟାରେ ରାଜ୍ୟରେ ୨୬ ଶହରୁ ଅଧିକ ବଢିଗଲା ସଂକ୍ରମଣ । ଏସବୁ ସେତେବେଳେ ହେଉଛି ଯେତେବେଳେ ମହାରାଷ୍ଟ୍ର ସରକାର କରୋନାର ଦ୍ୱିତୀୟ ଲହରକୁ ରୋକିବାକୁ କଡା କଟକଣା ଆପଣାଇଛନ୍ତି ।

ମହାରାଷ୍ଟ୍ର ସରକାର କୋଭିଡ୍ ସଂକ୍ରମଣକୁ ନେଇ ଲଢ଼େଇ ଭିତରେ ବିଦର୍ଭ ଅଂଚଳର ୱାସିମ ଜିଲାର ଏକ ସ୍କୁଲ ହଷ୍ଟେଲରୁ ୨୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୫ ଜଣ ଛାତ୍ର ଥିବାବେଳେ ୪ ଜଣ ଶିକ୍ଷକ ରହିଛନ୍ତି । ସୂଚନା ଅନୁସାରେ ଏହି ସ୍କୁଲରେ ୩୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଗତ ୧୪ ତାରିଖରେ ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲକୁ ଆସିଥିଲେ ।  ଅଧିକାଂଶ ଛାତ୍ର ଅମରାବତୀ ଜିଲ୍ଲାରୁ ଆସିଥିଲେ ।

ଆକଳନ କରାଯାଉଛି କରୋନାର ଦ୍ୱିତୀୟ ଲହର କାରଣରୁ ମହାରାଷ୍ଟ୍ରରେ ଏପରି ରୂପ ଧାରଣ କରିଛି କରୋନା ସଂକ୍ରମଣ । ବିଦର୍ଭରୁ ମୁମ୍ୱାଇ ଆଡକୁ ଯେପରି ସଂକ୍ରମଣ ବ୍ୟାପୁଛି କିଛି ଦିନରେ ଆହୁରି ସଂକ୍ରମଣ ବ୍ୟାପିବାର ସଂଭାବନା ବି ରହିଛି । ଯଦି ଏହା ହୁଏ, ସାରା ଦେଶକୁ ସଂକ୍ରମଣ ବ୍ୟାପିବା ସଂଭାବନାକୁ ଏଡାଇ ହେବନି ।

ମହାରାଷ୍ଟ୍ର ଓ କେରଳ ପରେ ଏବେ ସାରାଦେଶର ପୁଣି ଥରେ କରୋନା ସଂକ୍ରମଣ ବଢ଼ିବଢ଼ି ଚାଲିଛି । ଗତ ୨୪ ଘଂଟାରେ ଦେଶରୁ ୧୬ ହଜାର ୭୩୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଂଟାରେ ୧୩୮ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ କେରଳରେ କରୋନା ସଂକ୍ରମଣ ଧିରେ ଧିରେ କମିଥିବା କୁହାଯାଉଛି । କେରଳରେ ଗତ ୨୪ ଘଂଟାରେ ୪ ହଜାର ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ କେରଳରେ ବର୍ତମାନ ୫୯ ହଜାର ଆକ୍ରାନ୍ତ ରହିଛନ୍ତି । କେରଳ ପଛକୁ କର୍ଣ୍ଣାଟକରେ ମାତ୍ର ୬ ହଜାର ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।