ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏମିତି ଗୁଜବ । ୭ଟି ତୁଳସୀପତ୍ର ଖାଇଲେ ପାଖ ମାଡିବନି କରୋନା, ବଡ଼ପଣ୍ଡାଙ୍କୁ ସ୍ୱପ୍ନରେ କହିଛନ୍ତି ବଡ ଠାକୁର । ଏଭଳି ଗୁଜବରୁ ଦୂରେଇ ରୁହନ୍ତୁ, ସନ୍ଦେହ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

5,744

କନକ ବ୍ୟୁରୋ : ଚୀନରେ ବ୍ୟାପିଥିବା କରୋନା ଏବେ ବିଶ୍ୱବ୍ୟାପୀ କାୟା ବିସ୍ତାର କଲାଣି । ଆଉ ଏଥିରୁ ଭାରତ ମଧ୍ୟ ବାଦ୍ ପଡିନି । ଭାରତରେ ମଧ୍ୟ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ କିଛି କରୋନା ସନ୍ଦିଗ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ସ୍ଥିତିରେ କରୋନାର ପ୍ରତିଷେଧକକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହେଉଛି । ଏପରିକି ତୁଳସୀପତ୍ର ଖାଇଲେ କରୋନା ଭାଇରସ ଭଲ ହୋଇଯିବ ବୋଲି ଗୁଜବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଗୁଜବକୁ ମଧ୍ୟ ଜୋରଦାର ସେୟାର କରାଯାଉଛି । ଭାଇରାଲ ହେଉଥିବା ଗୁଜବ ଅନୁଯାୟୀ, ପୁରୀ ବଡପଣ୍ଡାଙ୍କୁ କରୋନା ପାଇଁ ଜଗନ୍ନାଥ ସ୍ୱପ୍ନାଦେଶ ଦେଇଛନ୍ତି ଓ ଏହାସହ ଓଡ଼ିଶାର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ପୂର୍ବରୁ ଗୋଡ ଓ ହାତ ଧୋଇ ୭ଟି ତୁଳସୀ ପତ୍ର ଜଗନ୍ନାଥଙ୍କ ନାଁ ନେଇ ଖାଇଲେ କରୋନାର ପ୍ରଭାବ ପଡିବନି ବୋଲି ଗୁଜବ ଜୋରଦାର ଭାଇରାଲ ହେଉଛି । ତେବେ ଏଭଳି ଗୁଜବରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ । କାରଣ କରୋନାକୁ ନେଇ ଏଯାଏଁ ବୈଜ୍ଞାନିକ ମାନେ କୌଣସି ପ୍ରତିଷେଧକ ବା ଔଷଧ ବାହାର କରିବାରେ ସକ୍ଷମ ହୋଇନାହାନ୍ତି । ତେଣୁ ଏପରିସ୍ଥଳରେ ୭ଟି ତୁଳସୀ ପତ୍ର ଖାଇଲେ କରୋନା ପ୍ରଭାବ ପଡିବନି ବୋଲି ଯେଉଁ ଗୁଜବ ପ୍ରଚାର ହେଉଛି ସେଥିରେ ଆଦୌ ସତ୍ୟତା ନାହିଁ । କରୋନା ପାଇଁ ସର୍ତକତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । କରୋନା କବଳରୁ ରକ୍ଷା ପାଇବା ପାଇଁ ବାରମ୍ବାର ହାତ ଧୁଅନ୍ତୁ, କାଶ ଓ ଛିଙ୍କ ବେଳେ ନାକ ଓ ପାଟିକୁ ରୁମାଲରେ ବନ୍ଦ ରଖନ୍ତୁ, ସର୍ବସାଧାରଣ ସ୍ଥଳ ତଥା ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ, ଏହାବାଦ ସ୍କୁଲ ଗୁଡିକରେ ପିଲାମାନଙ୍କୁ ପ୍ରଧାନଶିକ୍ଷକ ସଚେତନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

ଏସବୁ ଭିତରେ କୋରନା ମୁକାବିଲା ପାଇଁ କ’ଣ କରୁଛନ୍ତି ସରକାର, ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଗୋଟିଏ ପଟେ କରୋନା ରୋଗୀଙ୍କ ସଂଖ୍ୟା ଦେଶରେ ବଢି ଚାଲିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମାରାତ୍ମକ ଭୂତାଣୁର ସଂକ୍ରମଣ ରୋକିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ସଂସଦକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଦେଶରେ ୨୮ ହଜାର ୫୨୯ ଜଣଙ୍କୁ କରୋନା ସନ୍ଦେହରେ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇଛି । ମଙ୍ଗଳବାର ସୁଦ୍ଧା ୬ ଜଣଙ୍କଠାରେ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିଲା । କିନ୍ତୁ ଗତ ୨୪ ଘଂଟା ମଧ୍ୟରେ ଏହି ସଂଖ୍ୟା ୫ ଗୁଣା ହୋଇଛି । ତେଣୁ ବିଶ୍ୱର ୭୦ରୁ ଅଧିକ ଦେଶରେ କାୟା ମେଲିଥିବା କରୋନା ଭାରତରେ କିଭଳି ପ୍ରଭାବ ବିସ୍ତାର କରୁଛି, ତା ଉପରେ ସତର୍କ ନଜର ରହିଛି । ବିଶେଷଜ୍ଞ ଡାକ୍ତରଙ୍କ ମତରେ ଭାରତରେ ଉଷ୍ମ ପାଣିପାଗ ଓ ଜଳବାୟୁରେ ଆର୍ଦ୍ରତା କାରଣରୁ ଏହି ଭୂତାଣୁ ବ୍ୟାପିବ ନାହିଁ । ସେହି ଦୃଷ୍ଟିରୁ ଆଗାମୀ ୩-୪ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ତେବେ ଏସବୁ ଭିତରେ ସୋସିଆଲ ମିଡ଼ିଆରେ ଯେଉଁ ଗୁଜବ ପ୍ରଚାର ହେଉଛି ତାହାକୁ ଆଦୌ ବିଶ୍ୱାସ ନକରି ସନ୍ଦେହ ଉପୁଜିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ତେବେ ଆଉ ଥରେ ଆମେ ଆପଣଙ୍କୁ କହିଦେବାକୁ ଚାହୁଁଛୁ ଯେ, ପୁରୀ ବଡପଣ୍ଡାଙ୍କୁ କରୋନା ପାଇଁ ଜଗନ୍ନାଥ ସ୍ୱପ୍ନାଦେଶ ଦେଇଛନ୍ତି ଓ ଏହାସହ ଓଡ଼ିଶାର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ପୂର୍ବରୁ ଗୋଡ ଓ ହାତ ଧୋଇ ୭ଟି ତୁଳସୀ ପତ୍ର ଜଗନ୍ନାଥଙ୍କ ନାଁ ନେଇ ଖାଇଲେ କରୋନାର ପ୍ରଭାବ ପଡିବନି ବୋଲି ଯେଉଁ ଗୁଜବ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛିସେଥିରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ । କାରଣ କରୋନାକୁ ନେଇ ଏଯାଏଁ ବୈଜ୍ଞାନିକ ମାନେ କୌଣସି ପ୍ରତିଷେଧକ ବା ଔଷଧ ବାହାର କରିବାରେ ସକ୍ଷମ ହୋଇନାହାନ୍ତି । ତେଣୁ ଏପରିସ୍ଥଳରେ ୭ଟି ତୁଳସୀ ପତ୍ର ଖାଇଲେ କରୋନା ପ୍ରଭାବ ପଡିବନି ବୋଲି ଯେଉଁ ଗୁଜବ ପ୍ରଚାର ହେଉଛି ସେଥିରେ ଆଦୌ ସତ୍ୟତା ନାହିଁ । କରୋନାକୁ ନେଇ କୌଣସି ସନ୍ଦେହ ଉପୁଜିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।