କରୋନା ଗୁଜବକାରୀଙ୍କୁ ସରକାରଙ୍କ ଚେତାବନୀ । ଆକ୍ରାନ୍ତଙ୍କୁ ନେଇ କିଛି ବି ଅପପ୍ରଚାର କଲେ କାହାକୁ ଛଡାଯିବନି, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

1,055

କନକ ବ୍ୟୁରୋ: କରୋନା ନେଇ ଗୁଜବକାରୀଙ୍କୁ ଚେତାବନୀ ଦେଲେ ସରକାର । କରୋନା ବାବଦରେ କୌଣସି ଗୁଜବକୁ କ୍ଷମା ଦିଆଯିବନି । ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧଙ୍କୁ ନେଇ ଯଦି କେହି କିଛି ଗୁଜଗ କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏପରି ଘୃଣ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ସୁବ୍ରତ ବାଗଚୀ । ତେବେ ଆକ୍ରାନ୍ତଙ୍କୁ ନେଇ ଅବା କରୋନା ନେଇ ଯଦି କୌଣସି ଲୋକ ଅପପ୍ରଚାର କରୁଥାନ୍ତି ତେବେ ସେମାନେ ଏଭଳି ରାଷ୍ଟ୍ରଦ୍ରୋହୀ କାମରୁ ଦୂରେଇ ରୁହନ୍ତୁ । ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଆଉ ଏଭଳି ସ୍ଥଳରେ ଏ ଗୁଜବକାରୀଙ୍କ ନିନ୍ଦନୀୟ କାର୍ଯ୍ୟକଳାପ ଦୁଃଖର ବିଷୟ ।

ତେବେ ଆଜି ଓଡିଶାର ୪ର୍ଥ କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ କରି ଭଦ୍ରକରେ ୩ ଜଣ ଗିରଫ ହୋଇଛନ୍ତି । ସୋସିଆଲ ମିଡିଆରେ ୪ର୍ଥ କରୋନା ଆକ୍ରାନ୍ତଙ୍କ ଫଟୋ ଓ ଭିଡିଓ ଭାଇରାଲ କରିଥିବା ୩ ଜଣଙ୍କୁ ଗିରଫ କରିଛି ପୋଲିସ ।