କରୋନା ରୋଗୀଙ୍କୁ ଆଉ ଛୁଇଁବାକୁ ପଡିବନି । ମହାମାରୀ ମୁକାବିଲା ପାଇଁ ରୋବର୍ଟ ତିଆରି କଲେ କଲେଜ ଛାତ୍ର । ବିନା ଛୁଆଁରେ ରୋଗୀ ବୋହିବ ରୋବର୍ଟ, ଅସୁବିଧା ହେଲେ ଭିଡିଓ କଲ କରି ଡାକ୍ତରଙ୍କୁ ଜଣାଇବ ଭଲମନ୍ଦ । କରୋନା କାଳରେ କମାଲ୍ କରିଦେଲେ ଓଡିଆ ପୁଅ ।

1,820

କନକ ବ୍ୟୁରୋ : କରୋନା ରୋଗୀଙ୍କୁ ଆଉ ଛୁଇଁବାକୁ ପଡିବନି । ମହାମାରୀ ମୁକାବିଲା ପାଇଁ ରୋବର୍ଟ ତିଆରି କଲେ କଲେଜ ଛାତ୍ର । ବିନା ଛୁଆଁରେ ରୋଗୀ ବୋହିବ ରୋବର୍ଟ, ଅସୁବିଧା ହେଲେ ଭିଡିଓ କଲ କରି ଡାକ୍ତରଙ୍କୁ ଜଣାଇବ ଭଲମନ୍ଦ । କରୋନା କାଳରେ କମାଲ୍ କରିଦେଲେ ଓଡିଆ ପୁଅ ।

ରୋବର୍ଟ ଏକ, କାମ ଅନେକ । ଓଡିଆ ପୁଅ ତିଆରି କଲେ ରୋଗୀ ବୁହା ରୋବର୍ଟ । ଦିନକୁ ଦିନ ବଢି ଚାଲିଥିବା କରୋନା ପାଇଁ ସମସ୍ତେ ଆତଙ୍କିତ ଥିବାବେଳେ ସବୁଦିନ କରୋନା ଯୋଦ୍ଧାଙ୍କ ପାଇଁ ଭୂତାଣୁ ନୂଆ ନୂଆ ଚାଲେଞ୍ଜ ଆଣୁଛି । ମେଡିକାଲ ହେଉ କି ଗାଁ ଗଣ୍ଡା ସବୁଠି କରୋନା ଯୋଦ୍ଧା ଭୟ ଭିତରେ ଆକ୍ରାନ୍ତ ରୋଗୀଙ୍କ ସେବା କରୁଛନ୍ତି । ଆଉ ଠିକ୍ ଏତିକି ବେଳେ ମହାମାରୀ ମୁକାବିଲା ପାଇଁ ଜଣେ ଛାତ୍ର ତିଆରି କରିଛନ୍ତି ଅତ୍ୟାଧୁନିକ ରୋବର୍ଟ । ଯାହାକି କରୋନା ରୋଗୀଙ୍କ ସବୁ ସେବା କରିପାରିବ ।

ଢେଙ୍କାନଳ ଜିଲ୍ଲା କାମାକ୍ଷାନଗରର ଯୁକ୍ତ ୨ ଛାତ୍ର ଦ୍ୱିତୀକୃଷ୍ଣ ଓଝା କରୋନା ସହ ଲଢିବାକୁ ରୋବର୍ଟ ଅସ୍ତ୍ର ନିର୍ମାଣ କରିଛନ୍ତି । ଯାହାର ନାଁ ରଖିଛନ୍ତି କୋଭିଡ୍ ଅଟୋ ଭିଡ୍ । ତେବେ ସଂକ୍ରମିତ ରୋଗୀଙ୍କୁ ନେବା ଆଣିବା କରିବା ସହ ଭିଡିଓ କଲ୍ ମାଧ୍ୟମରେ ରୋଗୀ ଏବଂ ଡାକ୍ତରଙ୍କ ମଧ୍ୟରେ ବି ସମ୍ପର୍କ ଯୋଡିପାରିବ । ତେବେ ନଜର ପକାନ୍ତୁ କଣ କଣ କରି ପାରିବ ଏହି କରୋନା ରୋବର୍ଟ ।

ବିନା ସ୍ପର୍ଶରେ କରୋନା ରୋଗୀଙ୍କୁ ବୋହିପାରିବ ରୋବର୍ଟ
ମେଡିକାଲରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବ
ସାନିଟାଇଜ କରିବ, ଥର୍ମାଲ ସ୍କ୍ରିନିଂ କରି ଶରୀରର ତାପମାତ୍ରା ମାପିବ
ଖାଦ୍ୟ, ଔଷଧ ସହ ୭୦ କେଜି ଓଜନର ଜିନିଷ ବୋହି ପାରିବ

ଏଥିସହ ଭିଡିଓ କଲ୍ କରି କରୋନା ରୋଗୀ ଓ ଡାକ୍ତର, କର୍ମଚାରୀଙ୍କ ମଧ୍ୟରେ କଥାବାର୍ତ୍ତା କରାଇ ପାରିବ ଏହି ଅତ୍ୟାଧୁନି ରୋବର୍ଟ ।
ତେବେ ଦ୍ୱିତିକୃଷ୍ଣଙ୍କ ଏହି କରୋନା ରୋବର୍ଟକୁ ସେ ସରକାରଙ୍କ ଦେବାକୁ ଚାହୁଁଛନ୍ତି । କରୋନା ଯୋଦ୍ଧାଙ୍କ ସହୟତା ପାଇଁ ସରକାର ଯଦି ଏହି ରୋବର୍ଟକୁ ଆପଣାନ୍ତେ ତାହା ଏହା ବିନା ଛୁଆଁରେ ମହାମାରୀ ମୁକାବିଲାରେ ସହାୟ ହୁଅନ୍ତା ବୋଲି ଛାତ୍ର ଜଣଙ୍କ କହିଛନ୍ତି ।