୨୪ ଘଂଟାର କରୋନା ରିପୋର୍ଟ । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମି ହେଲା ୯ ଲକ୍ଷ ୭ ହଜାର : ୨୪ ଘଂଟାରେ ୭୨ ହଜାର ନୂଆ ମାମଲା, ୯୮୬ ମୃତ

120

କନକ ବ୍ୟୁରୋ : ଦେଶରେ ଗତ କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖା କମ୍ ହେବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଂଟାରେ ମାତ୍ର ୭୨ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ୬୭ ଲକ୍ଷ ପାର୍ ହୋଇଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୭୨ ହଜାର ୪୯ ନୂଆ ମାମଲା ଚିହ୍ନଟ ହେବା ପରେ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨କୁ ବୃଦ୍ଧି ହୋଇଛି ।

ସେହିପରି ଗତ ୨୪ ଘଂଟାରେ ସାରାଦେଶରେ ୯୮୬ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪ ହଜାର ୫୫୫କୁ ବୃଦ୍ଧି ହୋଇଛି । ଦେଶରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୭ ହଜାର ୮୮୩ ରହିଛି । ସୁସ୍ଥ ସଂଖ୍ୟା ୫୭ ଲକ୍ଷ ୪୪ ହଜାର ୬୯୪ କୁ ବୃଦ୍ଧି ହୋଇଛି ।

ସେପ୍ଟେମ୍ୱର ମାସରେ ଦେଶରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇ ଆସୁଥିବା ବେଳେ ଅକ୍ଟୋବର ପ୍ରଥମ ସପ୍ତାହରେ ଏହି ସଂଖ୍ୟାରେ କିନ୍ତୁ ହ୍ରାସ ଦେଖିବାକୁ ମିଳୁଛି । ଧୀରେ ଧୀରେ ଦୈନିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମ୍ ଆସୁଛି । ଏହି ତୁଳନାରେ ସୁସ୍ଥ ହାର ବୃଦ୍ଧି ଘଟୁଛି ।