କରୋନା: ଦେଶରେ କମିଲା, ରାଜ୍ୟରେ ବଢ଼ିଲା

153

କନକ ବ୍ୟୁରୋ : କରୋନାକୁ ନେଇ ପୁଣି ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି । ଦେଶରେ କମୁଛି ସଂକ୍ରମଣ । ଦେଶରେ ୭ ମାସ ପରେ ନିମ୍ନ ସ୍ତରରେ ଦୈନିକ ସଂକ୍ରମଣ ଚିହଟ ହୋଇଛି । ଗତ ୨୪ ଘଂଟାରେ ଦେଶରେ ୧୮ ହଜାର ୧୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦୮ ଦିନ ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୩୦ ହଜାର ୯୭୧ । ଦେଶରେ ୩ କୋଟି ୩୨ ଲକ୍ଷ ୭୧ ହଜାର ୯୧୫ ଜଣ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ରହିଛି ୪ ଲକ୍ଷ ୫୦ ହଜାର ୫୮୯ ।
ସେପଟେ ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୮୦ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୭୨ଜଣ । ୯୨ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୩୩୧, କଟକରୁ ୭୦, ମୟୂରଭଂଜରୁ ୨୯, କେନ୍ଦ୍ରାପଡ଼ାରୁ ୨୬, ବାଲେଶ୍ୱରରୁ ୧୯, ଜଗତସିଂହପୁର, ସମ୍ବଲପୁରରୁ ୨୫ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମିତକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୬୯୬ ଜଣ । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୮ ହଜାର ୩୧୧ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୫ ହଜାର ୮୩ ଜଣ ।