ଶନିବାରର କରୋନା ମିଟର । ଆଜି ରାଜ୍ୟରେ ୨ ହଜାର ୮୫୪ ପଜିଟିଭ୍ : ୧୫ ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

Advertisment
ଶନିବାରର କରୋନା ମିଟର । ଆଜି ରାଜ୍ୟରେ ୨ ହଜାର ୮୫୪ ପଜିଟିଭ୍ : ୧୫ ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

କରୋନା ବ୍ୟୁରୋ : ଆଜି ରାଜ୍ୟରେ ୨୮ ଶହ ୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ଶହ ୬୯ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧ ଶହ ୯୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତିା ଖୋର୍ଦ୍ଧାରୁ ସର୍ବାଧିକ ୩୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।କଟକରୁ ୨୪୪, ଅନୁଗୁଳରୁ ୧୩୧, ବାଲେଶ୍ୱରରୁ ୧୧୬, ବରଗଡ଼ରୁ ୯୫, ଭଦ୍ରକରୁ ୬୬, ବଲାଙ୍ଗିରରୁ ୯୭, ଯାଜପୁରରୁ ୯୯, ଝାରସୁଗୁଡ଼ାରୁ ୬୮,

କଳାହାଣ୍ଡିରୁ ୧୦୫, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୯୧, କେନ୍ଦୁଝରରୁ ୬୭, କୋରାପୁଟରୁ ୪୬, ମାଲକାନଗିରିରୁ ୬୧, ଜଗତସିଂହପୁରରୁ ୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ ୨୦, ସୁନ୍ଦରଗଡ଼ରୁ ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟା ଭିତରେ କରୋନା କାରଣରୁ ୧୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ଏକ ହଜାର ଅତିକ୍ରମ କରିଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୬ କୁ ବୃଦ୍ଧି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe