କରୋନା ମୁକାବିଲା ଲାଗି ପ୍ରସ୍ତୁତି କରୁଛି ଯାଜପୁର ଜିଲ୍ଲା ପ୍ରଶାସନ । କରୋନା ଲାଗି ୫୦୦ ଶଯ୍ୟା ବିଶିଷ୍ଟ କ୍ୱାରେନଟାଇନ କେନ୍ଦ୍ରର ଚାଲିଛି ନିର୍ମାଣ

426

କନକ ବ୍ୟୁରୋ : ଯାଜପୁର ଜିଲାରେ କୋରୋନାର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଜିଲାର ବ୍ୟାସନଗର ଓ ଯାଜପୁର ଟାଉନକୁ ସାନିଟାଇଜ କରିବା ପାଇଁ କ୍ଲୋରିନ ପାଣିରେ ପରିସ୍କାର କରାଯାଇଛି । ଅଗ୍ନିଶମ ବାହିନି ପକ୍ଷରୁ ଉଭୟ ସହରକୁ ପରିସ୍କାର କରାଯାଇଛି । ପ୍ରତ୍ୟେକ ପଂଚାୟତ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୱାରେନଟାଇନ ସେଂଟର ହୋଇଥିବା ବେଳେ ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ କ୍ୱାରେନଟାଇନ କେନ୍ଦ୍ର ନିର୍ମାଣ ଚାଲିଛିି । ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ୨୫୦ ଶଯ୍ୟା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ବାକି ୨୫୦ ଶଯ୍ୟା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଏହି ନିର୍ମାଣ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ତଦାରଖ କରୁଛନ୍ତି । ସେହପରି ଜିଲାରେ କୌଣସି ରୋଗୀ କୋରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କୁ ଯାଜପୁର ସଦର ମହକୁମା ଓ କଳିଙ୍ଗନଗର ଟାଟା ମେଡିକାଲରେ ଭର୍ତି କରାଯିବ । ଚିକିତ୍ସା ପଇଁ ଆବଶ୍ୟକ ଅର୍ଥ ଟାଟାର ସିଏସଆର ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ନିଷ୍ପତି ହୋଇଛି ।