କରୋନା ମୁକାବିଲା : ଏମ୍ସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ୨୦ଟି ଭେଂଟିଲେଟର ଓ ୨୦୬ଟି ବେଡର ବ୍ୟବସ୍ଥା କଲେ କର୍ତୃପକ୍ଷ

କରୋନା ମୁକାବିଲା : ଏମ୍ସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ୨୦ଟି ଭେଂଟିଲେଟର ଓ ୨୦୬ଟି ବେଡର ବ୍ୟବସ୍ଥା କଲେ କର୍ତୃପକ୍ଷ

source : google

କନକ ବ୍ୟୁରୋ : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହସ୍ପିଟାଲରରେ ୨୦ଟି ଭେଂଟିଲେଟର ଓ ୨୦୬ଟି ବେଡର ବ୍ୟବସ୍ଥା କରିଛନ୍ତି କର୍ତୁପକ୍ଷ । ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ପଦ୍ମନାଭନ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଜରୁରୀକାଳିନ ପରିସ୍ଥିତିର ମୁକାବିଲା ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ବେଡର ବ୍ୟବସ୍ଥା କରାଯାଇଛି । ଏହା ସହ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନଙ୍କୁ କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା ସମୟରେ କିଭଳି ଗାଇଡଲାଇନ ପାଳନ କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ଏହା ସହିତ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ଓ ପରୀକ୍ଷା ସାମଗ୍ରୀ ମହଜୁତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe