ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଆସିଲା ଅଭାବନୀୟ ଘଟଣା । ପାଣିକୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ ।

359

କନକ ବ୍ୟୁରୋ: ଅନୁଗୁଳ ଛେଣ୍ଡିପଦା ଅଂଚଳରେ ଅଭାବନୀୟ ଘଟଣା । କରୋନା ଆକ୍ରାନ୍ତଙ୍କ ପାଣିକୁ ଡ଼େଇଁ ଆତ୍ମହତ୍ୟା । ଅନୁଗୁଳ ନିଶା ଇଣ୍ଡଷ୍ଟ୍ରିଆଲ ଥାନା ରାଇଝରଣ ଡ଼୍ୟାମରୁ କରୋନା ଆକ୍ରାନ୍ତ ମୃତଦେହ ଉଦ୍ଧାର କରଯାଇଛି । କରୋନାରେ ଆକ୍ରାନ୍ତ ହେବା ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ସନ୍ତୋଷ ଗୋଛାୟତ ଜେଏସପିଏଲ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । କିଛି ଦିନ ହେବ ଯୁବକ ଜଣଙ୍କ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ଡ଼୍ୟାମ୍ ପାଣିରେ ଯୁବକଙ୍କ ମୃତ ଦେହ ଦେଖି ଲୋକେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ , ପ୍ରଶାସନ ପହଂଚି ଶବକୁ ଉଦ୍ଧାର କରିଛନ୍ତି । ପ୍ରାଥମିକ ତଦନ୍ତଙ୍କୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।