ରାଜ୍ୟରେ ୨୪ ଘଣ୍ଟାରେ ୬,୧୧୬ କରୋନା ପଜିଟିଭ୍ ଚିହ୍ନଟ । କେଉଁ ଜିଲ୍ଲାରୁ କେତେ ପଜିଟିଭ୍ ପଢ଼ନ୍ତୁ…

304
କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଂଟା ଭିତରେ ୬ହଜାର ୧୧୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ଭିତରେ ୪୩ହଜାର ୭୬୫ ଟେଷ୍ଟିଂ ହୋଇଥିବା ବେଳେ ଏଥିରୁ ୬ହଜାର ୧୧୬ଜଣ ପଜିଟିଭ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୩ହଜାର ୫୪୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୫୭୦ ଜଣ ସ୍ଥାନିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୮୫, ନୂଆପଡ଼ାରୁ ୪୩୦, କଟକରୁ ୩୪୩, ପୁରୀରୁ ୧୮୦, ଯାଜପୁରରୁ ୩୨୪, କଳାହାଣ୍ଡି ୩୨୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ନବରଙ୍ଗପୁର ୩୧୮, ସମ୍ବଲପୁର ୨୮୦, ବରଗଡ଼ରୁ ୨୬୨, ଝାରସୁଗୁଡ଼ାରୁ ୨୫୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭ହଜାର, ୪୫୭କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩ଲକ୍ଷ ୫୯ହଜାର ୪୬୭ଜଣ ସୁସ୍ଥ ହେଲେଣି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୫ହଜାର ୯୪୯ ରହିଛି ।