କନକ ବ୍ୟୁରୋ: ଆମେରିକାରେ ପୁଣି ଥରେ କରୋନା ତାର କାୟା ମେଲାଇବାରେ ଲାଗିଛି । ଜନସଂଖ୍ୟାର ଏକ ବଡ ଭାଗ ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ ବି ସପ୍ତାହ ହେଲା ଦୈନିକ ପ୍ରାୟ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି । ନଜର ପକାନ୍ତୁ ଗତ ୫ଦିନର ଆମେରିକାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଉପରେ
୨୪ ଅଗଷ୍ଟ ୧,୫୦, ୧୯୭
୨୫ ଅଗଷ୍ଟ ୧,୭୦,୯୩୬
୨୬ ଅଗଷ୍ଟ ୧,୮୭,୫୯୨
୨୭ ଅଗଷ୍ଟ ୧,୯୨,୭୨୦
୨୮ ଅଗଷ୍ଟ ୮୮,୭୫୦
ସବୁଠାରୁ ବଡ କଥା ହେଉଛି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ହସ୍ପିଟାଲାରେ ଭର୍ତି ହେଉଛନ୍ତି । ସପ୍ତାହେ ହେଲା ଦେଶରେ ହାରାହାରି ୧ଲକ୍ଷ ଲୋକ ହସ୍ପିଟାଲାରେ ଭର୍ତି ହେଉଛନ୍ତି । ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏବେ ମୃତ୍ୟୁ ସଂଖ୍ୟା ଦୈନିକ ୧ ହଜାରରୁ ଅଧିକ ହୋଇଛି । ଯାହାକି ମାର୍ଚ୍ଚ ମାସ ପରେ ସର୍ବାଧିକ ବୋଲି କୁହାଯାଉଛି ।
ତଥ୍ୟ ଅନୁସାରେ ଗତ ଦୁଇ ମାସ ମଧ୍ୟରେ ଆମେରିକାରେ ହସ୍ପିଟାଲରେ ଭର୍ତି ହେବା ସଂଖ୍ୟା ପ୍ରାୟ ୫ଗୁଣା ବଢ଼ିଛି । ବିଶେଷ କରି ଆଇସିୟୁ ବେଡ୍ର ଚାହିଦା ବଢ଼ିବା ସହ ୯୫ ପ୍ରତିଶତ ପୂରଣ ହୋଇଯାଇଛି ।
ଆମେରିକାର ଜଣେ ନାମି ଓ ବିଶିଷ୍ଟ ଚିକିତ୍ସକ ଡକ୍ଟର ଇଜଲାଲ ବାବରଙ୍କ କହିବା ଅନୁସାରେ ଟିକା ନେଇନଥିବା ଓ ଛୋଟ ପିଲାମାନେ ବର୍ତମାନ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି । ଯାହାକି ସ୍ୱାସ୍ଥ୍ୟବ୍ୟବସ୍ଥା ଉପରେ ପ୍ରବଳ ଚାପ ସୃଷ୍ଟି କରୁଛି ।
ୟୁରୋପରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ସତର୍କ କରିଛି ହୁ । ଗତ କିଛି ଦିନ ଭିତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯେଉଁଭଳି ଭାବରେ ବଢ଼ୁଛି ଡିସେମ୍ବର ୧ ସୁଦ୍ଧା ୟୁରୋପରେ ଆହୁରି ୨ଲକ୍ଷ ୩୬ ହଜାର ଲୋକଙ୍କର ମୃତ୍ୟୁ ହେବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ୟୁରୋପ ନିର୍ଦ୍ଦେଶକ ହଂସ କ୍ଲୁଗେ ।
Follow Us