ଦେଶରେ କାୟା ମେଲାଉଛି କରୋନା : ଆକ୍ରାନ୍ତଙ୍କ ସହ ବଢୁଛି ମୃତ୍ୟୁସଂଖ୍ୟା , ୨୪ ଘଣ୍ଟାରେ ୨୪,୮୫୦ ନୂଆ ସଂକ୍ରମଣ , ମୃତ୍ୟୁସଂଖ୍ୟା ୬୧୩  

804

ଜୁଲାଇ ୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬,୭୩,୧୬୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪,୦୯,୦୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୯,୨୬୮ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଗତକାଲି ୨୨,୭୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ୨୪ଘଣ୍ଟା ମଧ୍ୟରେ ୨୪, ୮୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧୩ଜଣଙ୍କର ମୃତ୍ୟୁ ଘଟିଛି ଜ୍ଝ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଦେଶରେ ୨,୪୪,୮୧୪ଟି ସକ୍ରିୟ ମାମଲା ରହିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୧୮ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୪ ଜଣ, ବିହାରରେ ୮୯ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୩୦୦୪ଜଣ, ଗୋଆରେ ୬ଜଣ, ଗୁଜରାଟରେ ୧୯୨୫ଜଣ, ହରିୟାଣାରେ ୨୬୦ଜଣ, ହିମାଚଳ ପ୍ରଦେଶରେ ୧୧ଜଣ, ଜମ୍ମୁ ଓ କଶ୍ମୀରରେ ୧୨୭ଜଣ, ଝାଡ଼ଖଣ୍ଡରେ ୧୭ଜଣ, କର୍ଣ୍ଣାଟକରେ ୩୩୫ଜଣ, କେରଳରେ ୨୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୯୮ଜଣ, ମହାରାଷ୍ଟ୍ରରେ ୮୬୭୧ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩୪ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୬୨ଜଣ, ରାଜସ୍ଥାନରେ ୪୪୭ଜଣ, ତାମିଲନାଡୁରେ ୧୪୫୦ଜଣ, ତେଲେଙ୍ଗାନାରେ ୨୮୮ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୨ ଜଣ, ଉତ୍ତରପ୍ରଦେଶରେ ୭୭୩ଜଣ ଏବଂ ପଶ୍ଚମବଙ୍ଗରେ ୭୩୬ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା : ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୧୯), ଆନ୍ଧ୍ରପ୍ରଦେଶ (୧୭୬୯୯), ଅରୁଣାଚଳ ପ୍ରଦେଶ (୨୫୯), ଆସାମ (୧୦୬୬୮), ବିହାର (୧୧୭୦୦), ଚଣ୍ଡିଗଡ଼ (୪୬୦), ଛତିଶଗଡ଼ (୩୧୬୧), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୨୭୧), ଦିଲ୍ଲୀ (୯୭୨୦୦), ଗୋଆ (୧୬୮୪), ଗୁଜରାଟ (୩୫୩୧୨ ), ହରିୟାଣା (୧୬୫୪୮), ହିମାଚଳ ପ୍ରଦେଶ (୧୦୪୬), ଜମ୍ମୁ ଓ କଶ୍ମୀର (୮୨୪୬), ଝାଡ଼ଖଣ୍ଡ (୨୭୩୯) କର୍ଣ୍ଣାଟକ (୨୧୫୪୯), କେରଳ (୫୨୦୪), ଲଦାଖ (୧୦୦୫), ମଧ୍ୟପ୍ରଦେଶ (୧୪୬୦୪), ମହାରାଷ୍ଟ୍ର (୨୦୦୦୬୪), ମଣିପୁର (୧୩୨୫), ମେଘାଳୟ (୬୨), ମିଜୋରାମ (୧୬୪), ନାଗାଲାଣ୍ଡ (୫୬୩), ଓଡ଼ିଶା (୮୬୦୧), ପୁଦ୍ଦୁଚେରୀ (୮୦୨), ପଞ୍ଜାବ (୬୧୦୯), ରାଜସ୍ଥାନ (୧୯୫୩୨), ସିକିମ୍ (୧୦୩), ତାମିଲନାଡୁ (୧୦୭୦୦୧), ତେଲେଙ୍ଗାନା (୨୨୩୧୨), ତ୍ରିପୁରା (୧୫୪୬), ଉତ୍ତରାଖଣ୍ଡ (୩୦୯୩), ଉତ୍ତରପ୍ରଦେଶ (୨୬୫୫୪) ଓ ପଶ୍ଚିମବଙ୍ଗ (୨୧୨୩୧) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା : ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୬୬), ଆନ୍ଧ୍ରପ୍ରଦେଶ (୮୦୦୮), ଅରୁଣାଚଳ ପ୍ରଦେଶ (୭୬), ଆସାମ (୬୬୫୭), ବିହାର (୮୬୮୬), ଚଣ୍ଡିଗଡ଼ (୩୯୫), ଛତିଶଗଡ଼ (୨୪୩୭), ଦାଦର ନଗର ହାୱେଲି (୯୬), ଦିଲ୍ଲୀ (୬୮୨୫୬), ଗୋଆ (୮୨୫), ଗୁଜରାଟ (୨୫୪୦୬), ହରିୟାଣା (୧୨୨୫୭), ହିମାଚଳ ପ୍ରଦେଶ (୭୦୪), ଜମ୍ମୁ ଓ କଶ୍ମୀର (୫୧୪୩), ଝାଡ଼ଖଣ୍ଡ (୨୦୩୫), କର୍ଣ୍ଣାଟକ (୯୨୪୪), କେରଳ (୩୦୪୮), ଲଦାଖ (୮୨୬), ମଧ୍ୟପ୍ରଦେଶ (୧୧୨୩୪), ମହାରାଷ୍ଟ୍ର (୧୦୮୦୮୨), ମଣିପୁର (୬୬୭), ମେଘାଳୟ (୪୩), ମିଜୋରାମ (୧୩୦) ନାଗାଲାଣ୍ଡ୍ (୨୨୮), ଓଡ଼ିଶା (୫୯୩୪), ପୁଦ୍ଦୁଚେରୀ (୩୩୧), ପଞ୍ଜାବ (୪୩୦୬), ରାଜସ୍ଥାନ (୧୫୬୪୦), ସିକିମ୍ (୫୮), ତାମିଲନାଡୁ (୬୦୫୯୨), ତେଲେଙ୍ଗାନା (୧୧୫୩୭), ତ୍ରିପୁରା (୧୨୦୨), ଉତ୍ତରାଖଣ୍ଡ (୨୫୦୨), ଉତ୍ତରପ୍ରଦେଶ (୧୮୧୫୪) ଓ ପଶ୍ଚିମବଙ୍ଗ (୧୪୧୬୬) ।