ଦ୍ୱୈତ ନଗରୀରେ ଦୃତ ଗତିରେ ବଢି ଚାଲିଛି ସଂକ୍ରମଣ । ଭୁବନେଶ୍ୱରରୁ ଆଜି ପୁଣି ୫୨ ପଜିଟିଭ । କଟକରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

845

କନକ ବ୍ୟୁରୋ: ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ରାଜଧାନୀରେ ଆଜି ୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୩୪ ଓ ସ୍ଥାନୀୟ ଅଂଚଳରୁ ୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ୱର ମୁନସିପାଲଟି ଅଂଚଳର ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଟୁଇଟ କରି ଏହି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଆଜିର ୫୨ ନୂଆ ପଜିଟିଭକୁ ମିଶାଇ ଭୁବନେଶ୍ୱରରେ ୧ ହଜାର ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୬୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୪୬ ।

ସେପଟେ କଟକ ମହାନଗର ନିଗମ ଅଂଚଳରେ ଆଉ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେନଟିନରୁ ୧୪ ଓ ଲୋକାଲ କଂଟାକ୍ଟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଟୁଇଟ କରି ସିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ସିଏମସି ଅଂଚଳରେ ମୋଟ ୩୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪୩, ସୁସ୍ଥ ହୋଇଛନ୍ତି ୨ ଶହ ଆକ୍ରାନ୍ତ ।